କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ସିନେମା ହଲକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା : ମହାମାରୀ କରୋନାର ଦ୍ଵିତୀୟ ଲହର ରାଜ୍ୟରେ କାୟାମେଲାଉଥିବା ବେଳେ କୋଭିଡ୍ ନିୟମ ପାଳନ ପାଇଁ ବାରମ୍ବାର ପ୍ରଶାସନ ଅନୁରୋଧ କରୁଛି । ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ବଜାର, ସପିଂ ମଲରେ ଏହାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି । ତେବେ ଆଜି କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ରାୟଗଡ଼ା ସହରରେ ଥିବା ଅଶୋକା ସିନେମା ହଲକୁ ରାୟଗଡ଼ା ଜିଲ୍ଲାପାଳ ଓ ଏସପି ଚଢଉ କରି ସିନେମା ହଲକୁ ସିଲ କରିଥିବା ଜଣାପଡିଛି ।

Leave A Reply

Your email address will not be published.