lika

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଛୋଟ ଶିଶୁ ଉଦ୍ଧାର

gbag

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ଆଜି ଏକ ନିଖୋଜ ଶିଶୁକୁ ଉଦ୍ଧାର କରି ତାର ମା’ବାପାଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ମଳିଛି । ସୂଚନା ଯୋଗ୍ୟ ଯେ, କଣ୍ଟାବାଞ୍ଜି ରେଳଷ୍ଟେସନରେ ଛୋଟ ଶିଶୁଟିଏ କାନ୍ଦୁଥିବା ଦେଖି ସମାଜସେବୀ ଆଶିଷ ଜୈନ ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କୁ ଫୋନଯୋଗେ ଜଣେଇଥିଲେ ।

ସଂଗେସଂଗେ ଶ୍ରୀ ଦାଶ ଷ୍ଟେସନରେ ପହଞ୍ଚି ଦେଖିବାକୁ ପାଇଲେ ଯେ ଜଣେ ମହିଳା ଶିଶୁ ଟିକୁ ପାଇ କରି ବୁଝାଉଥିଲେ ।ଶିଶୁ ଟିକୁ କିଏ ଛାଡିଛି ବୋଲି ପଚାରିବାରୁ ମହିଳା ଜଣକ କହିଥିଲେ କି ଜଣେ ସ୍ତ୍ରୀ ତାଙ୍କ କୋଳରେ ଶିଶୁ ଟିକୁ ବସେଇ ପାଣି ଆଣି ଆସୁଛି କହି ଗଲା ଯେ ଫେରି ନାହିଁ । ତା’ ପରେ ରେଳବାଇ ପୋଲିସ ଅଧିକାରୀ ସୁଦାମ ପଣ୍ଡା ଓ ପଟେଲଙ୍କ ସହିତ ଯୋଗାଯୋଗ କରିଥିଲେ ।

ଠିକ ଏହି ସମୟରେ କଣ୍ଟାବାଞ୍ଜି ବସଷ୍ଟାଣ୍ଡରେ ଜଣେ ସ୍ତ୍ରୀ ଲୋକ ତା’ର ଛୁଆ ହଜିଯାଇଥିବା ପୋଲିସ ପାଖରେ ଅଭିଯୋଗ କରିଥିବାରୁ ପୋଲିସ ଖୋଜାଖୋଜି କରୁଛନ୍ତି ବୋଲି ସୁଦାମ ବେହେରା ଶ୍ରୀ ଦାଶଙ୍କୁ ଜଣେଇଥିଲେ ।ତା’ପରେ ପୋଲିସ ଅଧିକାରୀ ସତ୍ୟଜିତ କାଣ୍ଡେଲକରଙ୍କୁ ଫୋନଯୋଗେ ଜଣେଇବାରୁ ପୋଲିସ ଛୁଆର ମା’କୁ ନେଇ ଷ୍ଟେସନ ପହଞ୍ଚିଥିଲା । ପରେପରେ ତା’ର ସ୍ୱାମୀ ମଧ୍ୟ ପହଞ୍ଚିଥିଲେ । ଊଭୟ ଶିଶୁ ଓ ମା’ କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମା’ ଅଚେତ ଥିବାରୁ ତାଙ୍କୁ ଚିକିତ୍ସା କରାଯାଇଥିଲା । ପ୍ରକାଶ ଥାଉକି ଉଭୟ ମା’ ଓ ଦୁଇଟି ଶିଶୁ କାହ୍ନା ବସରେ ବଡବାଙ୍କି ଟିକ୍ରାପଡାରୁ କଣ୍ଟାବାଞ୍ଜି ଆସୁଥିଲେ । ଏହି ମହତ କାର୍ଯ୍ୟରେ କଣ୍ଟାବାଞ୍ଜି ପୋଲିସ, ରେଳବାଇ ପୋଲିସ, ଜନସାଧାରଣ, ବିବେକ ରାୟ ଆଦି ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.