ରେଙ୍ଗାଲି ଗ୍ରାମରେ ଚିତା ଆକ୍ରମଣରେ ଶତାଧିକ କୁକୁଡ଼ା ମୃତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ରେଙ୍ଗାଲି ଗ୍ରାମରେ ଚିତା ଆତଙ୍କ ଦେଖାଦେଇଛି । ଶନିବାର ରାତିରେ ଗାଁ ମୁଣ୍ଡରେ ଥିବା ପ୍ରଫୁଲ୍ଲ ମେହେରଙ୍କ କୁକୁଡ଼ା ଦୋକାନରେ କଲରା ପତରିଆ ଚିତା ବାଘ ପ୍ରବେଶ କରି ଶତାଧିକ କୁକୁଡ଼ାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି ।

ଏ ନେଇ ହରିଶଙ୍କର ରେଞ୍ଜ ଅଧିକାରୀ ଶ୍ରୀବତ୍ସ କୁମ୍ଭାରଙ୍କୁ ପଚାରିବାରୁ ସେ କହିଛନ୍ତି, ଆମେ ବାଘ ଆକ୍ରମଣର ଖବର ପାଇ ଘଟଣାସ୍ଥଳକୁ ଯାଇଥିଲୁ । ସେଠାରେ ବାଘର ପାଦ ଚିହ୍ନ ଆମେ ଦେଖିବାକୁ ପାଇଛୁ ଏବଂ ତଦନ୍ତ ପରେ ବ୍ୟବସାୟୀଙ୍କୁ କିପରି କ୍ଷତିପୂରଣ ମିଳିପାରିବ, ତାର ବ୍ୟବସ୍ଥା କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି ।

Leave A Reply

Your email address will not be published.