ରାଜେନ୍ଦ୍ର କଲେଜ ରାସ୍ତା ଅନ୍ଧକାରମୟ : ପୂର୍ବାବସ୍ଥାକୁ ଫେରାଇ ଆଣିବାର ଦାବୀ ଜଣାଇଲା ଜିଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବ୍‌ଲି ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସ ଦେଖାଦେଇଥିଲା । ସମସ୍ତଙ୍କ ସହେଯାଗ ଯୋଗୁଁ ଅତି କମ ସମୟରେ ଅନେକ ଉନ୍ନୟନ ମୂଳକ କାମ ହାତକୁ ନେଇ ଜୁବ୍‌ଲି ସମୟ ଭିତରେ ସଂପୂର୍ଣ୍ଣ କରାଯାଇଥିଲା । କିନ୍ତୁ ବର୍ଷେ ନପୂରୁଣୁ ଅନେକ ଏବେ ଅକାମୀ ହୋଇ ପଡିଥିବା ବେଳେ ରାଜେନ୍ଦ୍ର କଲେଜକୁ ଯାଇଥିବା ରାସ୍ତା ଅନ୍ଧାର ହୋଇପଡିଛି । ଅନ୍ଧାରର ଫାଇଦା ଉଠାଇ ନିଶାଖୋର ଏହି ରାସ୍ତକୁ ପେଣ୍ଠସ୍ଥଳି କରିବା ସହିତ ଜନସାଧାରଣ ଏହି ରାସ୍ତାରେ ଯିବା ଆସିବାକୁ ଭୟ କଲେଣି ବୋଲି ଅଭିଯୋଗ କରିଛି ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ । ଆହୁରି ଏହି ଲାଇଟ ଗୁଡିକର ଯଥାଶୀଘ୍ର ମରାମତି ପାଇଁ ପୌରପାଳ ବିପିନ ଦୀପଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛି ।


ସୂଚନାଯୋଗ୍ୟ ଯେ କଲେଜର ଜୁବ୍‌ଲି ସମୟରେ କଲେଜ ଛକ ଠାରୁ କଲେଜ ପର୍ଯ୍ୟନ୍ତ ରାସ୍ତା ଲାଇଟ୍‌ ଲଗା ଯାଇଥିଲା । କିନ୍ତୁ ବର୍ଷେ ନ ପୂରୁଣୁ ଗୋଟେ ଗୋଟେ କରି ପ୍ରାୟ ସମସ୍ତ ଲାଇଟ ଜଳିବା ବନ୍ଦ ହୋଇଗଲାଣି । ଏବେ ସଂପୂର୍ଣ୍ଣ ଅଂଚଳ ଅନ୍ଧକାରମୟ । ଏହା ନିଶାଖୋରମାନଙ୍କ ପେଣ୍ଠସ୍ଥଳି ପାଲଟିଥିବା ବେଳେ ଭୟରେ ସାଧାରଣ ଲୋକ ଏହି ରାସ୍ତା ଦେଇ ଯିବା ଅସିବା ବନ୍ଦ କରିବାକୁ ବସିଲେଣି । ତେଣୁ ଯଥାଶୀଘ୍ର ଏହାର ମାରାମତି କାରାଯାଇ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ଛାତ୍ର ସଂଘ ଦାବୀ କରିଛି । ତେବେ ରାଜେନ୍ଦ୍ର କଲେଜର ଏହି ରାସ୍ତା କୋଉଁ ବିଭାଗରେ ଅଛି ତାହା ଏପର୍ଯ୍ୟନ୍ତ ଜଣା ପଡି ନଥିବା ବେଳେ ଏପର୍ଯ୍ୟନ୍ତ ଏହାକୁ ମ୍ୟୁନିସିପାଲିଟିକୁ ହସ୍ଥାନ୍ତର ହୋଇନାହିଁ ବୋଲି ସୂଚନା ମିଳିଥିଲା । ଫଳରେ ଛାତ୍ରସଂଘ କଲେଜ କର୍ତ୍ତୁପକ୍ଷଙ୍କୁ ଏ ବିଷୟରେ ପଚାରି ଥିଲେ, କିନ୍ତୁ କଲେଜ ପକ୍ଷ ମଧ୍ୟ ଏ ବିଷୟରେ ସବିଶେଷ ଜାଣି ନଥିବା ଦୁର୍ଭାଗ୍ୟଜନକ । ତେବେ ଏହି ସମସ୍ୟାର ତୁରନ୍ତ ସମାଧାନ କରାଯିବା ନେଇ ପୌରାଂଚଳ ଅଧିକାରୀ ଆଶ୍ୱାସନା ଦେଇଛନ୍ତି ବୋଲି ଛାତ୍ର ସଭାପତି ଅଙ୍କିତ ସାହୁ କହିଛନ୍ତି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଲୋପନ ମିଶ୍ର, ନିରଞ୍ଜନ ମିଶ୍ର, ଟୁଲୁ ସେନ, ଅଂଚଳ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.