ଝିମନପାଲି ଗ୍ରାମକୁ ୭୨ ଘଣ୍ଟା ସଟ ଡାଉନ କଲେ ସରପଞ୍ଚ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଂଚାୟତର ଝିମନପାଲି ଗ୍ରାମରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ କରମତଲା ସରପଞ୍ଚ ହିମାଞ୍ଚଳ ବୁଡେକ ଉକ୍ତ ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟଡାଉନ କରିଛନ୍ତି । ଏଥିରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସବୁ ଦୋକାନ ବଜାର ଏବଂ ଜନସାଧାରଣଙ୍କ ଯାତାୟତକୁ ବନ୍ଦ କରାଯାଇଛି । ଜାରି ହୋଇଥିବା ସମସ୍ତ ନିୟମକୁ ମାନିବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.