ଫପସି ଭିଆଇପି ଛକକୁ କଣ୍ଟେନ୍ଟମେଣ୍ଟ ଜୋନ୍ ଘୋଷଣା କଲେ ସରପଞ୍ଚ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ବୁଧବାର ସନ୍ଧ୍ୟା ୬ ଘଣ୍ଟା ସମୟରୁ ଶୁକ୍ରବାର ସନ୍ଧ୍ୟା ୬ ପର୍ୟ୍ୟନ୍ତ ୪୮ ଘଣ୍ଟା ଫପସି ଭିଆଇପି ଛକକୁ ସଟ୍ ଡାଉନ୍ ଘୋଷଣା କରାଯାଇଛିି । ସୂଚନା ଏହି କି ଯେ ବଲାଙ୍ଗୀର ସଇନ୍ତଳା ବ୍ଳକ ଫପସି ଅଞ୍ଚଳରେ ତିନି ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଗଣ୍ଡପତ୍ରାପାଲି ସରପଞ୍ଚ ଶ୍ରୀମତୀ ସୁମୁଖୀ ଭୋଇ ସେହି ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତିି । ଜରୁରୀକାଳିନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର, ଯିବା ଆସିବା ବନ୍ଦ କରିଥିବା ବେଳେ ଜନସାଧାରଣଙ୍କୁ ଆହୁରି ସଚେତନତା ରହିବା ପାଇଁ ପରାମର୍ଶ ଦେଇଛନ୍ତିି । ତେବେ ସଇଁନ୍ତଳା ଅଞ୍ଚଳରେ ମଧ୍ୟ ମହାମାରୀ କରୋନା ବ୍ୟାପି ଯାଉଥିବା ବେଳେ ସରକାର ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛିି । କିଛି ଦିନ ହେବ ସଇଁନ୍ତଳା ଅଞ୍ଚଳ ସଚେତନତା ନ ଥିବା ପରିଲକ୍ଷିତ ହେଉଛିି । ତେବେ ଏହିପରି ଅଞ୍ଚଳରେ ଲୋକେ ଯଦି ନ ମାନନ୍ତି, ତେବେ କରୋନା ବ୍ୟାପିବା ଆଶଙ୍କା ରହିଛିି । ଏଠି ପ୍ରଶ୍ନ ଉଠୁଛି ସରକାର ଯେତେ ସଚେତନ କଲେ ମଧ୍ୟ ଲୋକେ ନ ମାନିଲେ ପରିସ୍ଥିତି ଅସମ୍ଭାଳ ହୋଇପଡିବି ।

Leave A Reply

Your email address will not be published.