ଅବସରପ୍ରାପ୍ତ ସ୍ପେଶାଲ ଅଫିସର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନବୀନ କିଶୋର ନନ୍ଦଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପ୍ରତାପସାଗର ପଡାରେ ରହୁଥିବା ଅବସରପ୍ରାପ୍ତ ସ୍ପେଶାଲ ଅଫିସର ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ନବୀନ କିଶୋର ନନ୍ଦ(୬୫)ଙ୍କ ହୃଦଘାତରେ ପରଲୋକ ହୋଇଯାଇଛି । ଚାକିରୀରୁ ଅବସର ଗ୍ରହଣ ପରେ ସ୍ୱର୍ଗତ ନନ୍ଦ ସମାଜସେବା କ୍ଷେତ୍ରରେ ସକ୍ରିୟ ରହିଥିଲେ । ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ପ୍ରତାପସାଗରପଡା ସହ ତାଙ୍କ ପୈତୃକ ଗ୍ରାମ ଭାଲେରରେ ଶୋକର ଛାୟା ଖେଳି ଯାଇଛି । ସେ ଥିଲେ ଭାଲେର ଧନୁଯାତ୍ରାର ମୁଖ୍ୟ ପୁରୋଧା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଲକ୍ଷ୍ମୀପ୍ରିୟା, ପୁଅ ଆଶିଷ, ଅନୀଲ, ବୋହୁ, ନାତି, ନାତୁଣୀ ଓ ପରିବାରବର୍ଗ ତଥା ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ବିଭୁତିପଡା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ଆଶିଷ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.