
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲା ଚେସ୍ ଏସୋସିଏସନ ଆନୂକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଗତ ୨୩ ତାରିଖରେ ଉଦ୍ଘାଟିତ ହୋଇଥିବା ଜିଲ୍ଲା ସ୍ତରୀୟ ସର୍ବ ପ୍ରଥମ ଚେସ୍ ଚାମ୍ପିଆନସିପ୍ ତା ୨୪.୦୧.୨୦୨୧ ରାତ୍ର ୯ ଘଣ୍ଟାରେ ଉଦ୍ଯାପିତ ହୋଇଯାଇଛି । ଚେସ୍ ଏସୋସିଏସନ ସମ୍ପାଦକ ପ୍ରିୟବ୍ରତ ପଣ୍ଡାଙ୍କର ଉଦ୍ୟମରେ ଓ ସଭାପତି ଶୁକଦେବ ଗୁରୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏ ଚମ୍ପିଆନସିପ୍ର ଉଦ୍ଘାଟନି ସମାରୋହରେ ଜିଲ୍ଲା କ୍ରିଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ଜିଲ୍ଲା କ୍ରୀଡାସଂସଦର ବଲାଙ୍ଗିରର ଯୁଗ୍ମ ସମ୍ପାଦକ ପଦ୍ମଚରଣ ଆଚାର୍ଯ୍ୟ, ରାଜେନ୍ଦ୍ର ୟୁନିଭରସିଟି ସ୍ପୋଟ୍ସ କାଉନ୍ସିଲର ସମ୍ପାଦକ ଆର୍କେ ସିଂ, ଆନ୍ତର୍ଜାତୀୟ ଆରର୍ବିଟର ଭବେଷ ମହାନ୍ତି, ବରିଷ୍ଠ କ୍ରୀଡାସଂଗଠକ ଶଶିଶେଖର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଯାପନୀ ସମାରୋହରେ ଓଡିଶା ଚେସ୍ ଏସୋସିଏସନ୍ର ସମ୍ପାଦକ ଦେବବ୍ରତ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା କ୍ରିଡାସଂସଦ ବଲାଙ୍ଗିରର ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଆଗାମୀ ବର୍ଷ ଅତି ଉଚ୍ଚ ମାନର ରାଜ୍ୟ ସ୍ତରୀୟ ଚେସ୍ ପ୍ରତିଯୋଗୀତା ଆୟୋଜନ କରିବା ପାଇଁ ସମୁଚିତ ପ୍ରଦକ୍ଷେପ ନିଆଯିବ ବୋଳି ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ବିଧୁ ଭୂଷଣ ମିଶ୍ର, ଭବେଶ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଏହି ପ୍ରତିଯୋଗୀତାରେ ଆର୍ନ୍ତଜାତିୟ ମାନ୍ୟତା ପ୍ରାପ୍ତ ୧୨ ଜଣ ଖେଳାଳୀଙ୍କୁ ମିଶାଇ ମୋଟ ୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଜୁନିୟର, ସବ୍ ଜୁନିୟର ବିଭାଗରେ ବସୁନ୍ଧରା ପଣ୍ଡା, ପ୍ରିତି ପର୍ଣ୍ଣା ସାହୁ, ସ୍ୱୟମ ରଥ, ଶୋଭିନ ରଥ, ସୁରିତ ରଥ, ଅଧ୍ୟୟନ ଡାକୁଆ, ଅବସତ ଭରଦ୍ୱାଜ, ପୋନିସ ସାହୁ, ପ୍ରଥମ ମିତ୍ତଲ, ସ୍ୱସ୍ତିକା ନାଏକ, ସୋହନ ମହାପାତ୍ର ଏବଂ ମୁଖ୍ୟ ବିଭାଗରେ ବିରଞ୍ଚି ସାହୁ, ମଧୁ ସାହୁ, କାର୍ତ୍ତିକ ଦଣ୍ଡସେନା, ପ୍ରିୟବ୍ରତ ପଣ୍ଡା, ଦେବେନ୍ଦ୍ର ଯୋଷୀ, ଅଜୟ ଦର୍ଜି, ସୁକଦେବ ଗୁରୁ, ଗୋବିନ୍ଦ ସାହୁ, ସୁଶିଳ ତ୍ରିପାଠୀ, ଶ୍ରେୟସ ପାଣିଗ୍ରାହୀ, ଖିରୋଦ ଦଲାଇ, କରୁଣାକର ପାତ୍ର ପ୍ରମୁଖ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ । ଏଥିରେ ଅଭିଭାବକ, ଅଭିଭାଭିକା ତଥା ଚେସ୍ ପ୍ରେମୀମାନେ ଉପସ୍ଥିତ ଥିଲେ । ସେମ୍ବୋର୍ଡ ସ୍କୁଲର ପ୍ରଯୋଜନାରେ ଏବଂ ଅରୁଣ କୁମାର ସାହୁଙ୍କ ପ୍ରେରଣାରେ ଅନୁଷ୍ଠିତ ସମାରୋହ ଶେଷରେ ସହସମ୍ପାଦକ ସରୋଜ କାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।