oom

ବଲାଙ୍ଗିରବାସୀଙ୍କ ପ୍ରଶ୍ନ, ବାଇପାସ୍‌ ରାସ୍ତା ଆଉ କେବେ?

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଭାରି ଯାନ ଚଳାଚଳ ଯୋଗୁଁ ଅନେକ ଅମୂଲ୍ୟ ନିରୀହ ଜୀବନ ନଷ୍ଟ ହେବାରେ ଲାଗିଛି । ଅନ୍ୟପଟେ ବାଇପାସ୍‌ ରାସ୍ତା ନିର୍ମାଣର କଚ୍ଛପ ଗତି ବଲାଙ୍ଗିରବାସୀଙ୍କୁ ଅତିଷ୍ଟ କରୁଛି । ଏଭଳି ସ୍ଥିତିରେ ପ୍ରଶାସନିକ ପଦକ୍ଷେପ ଉପରେ ଆଙ୍ଗୁଳି ଉଠାଇଛନ୍ତି ବଲାଙ୍ଗିରବାସୀ । ଏଇ ନିକଟରେ ସ୍ଥାନୀୟ ଦୁର୍ଗା ମନ୍ଦିର ସାମ୍ନାରେ ଏକ କପା ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ବଲାଙ୍ଗିର ସହରର ବିଭିନ୍ନ ସଂଗଠନର ସଦସ୍ୟମାନେ ବାଇପାସ୍‌ ରାସ୍ତା ନିର୍ମାଣ ତୁରନ୍ତ ସମାପ୍ତ କରିବା ଦାବୀ ନେଇ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ବଲାଙ୍ଗିରବାସୀଙ୍କ ମଧ୍ୟରେ ଏବେ ପ୍ରଶ୍ନ – ‘ବାଇପାସ୍‌ ରାସ୍ତା ଆଉ କେବେ?’

jittmm
Leave A Reply

Your email address will not be published.