oum

ଆଇଟିଇଆର୍‌-ଟାଟା ପାୱାର ବୁଝାମଣାପତ୍ର ସ୍ୱାକ୍ଷରିତ, ଫ୍ୟାକଲ୍ଟି-ଛାତ୍ରଛାତ୍ରୀଙ୍କୁ ୬ ମାସିଆ ଇଣ୍ଟର୍ଣ୍ଣସିପ୍‌ ସୁଯୋଗ

jsm

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ଏବଂ ଟାଟା ପାୱାର କମ୍ପାନି ଲିମିଟେଡ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ଓ ସ୍ମାର୍ଟ ଗ୍ରୀଡ କ୍ଷେତ୍ରରେ ଆଦାନପ୍ରଦାନ ନିମନ୍ତେ ମଙ୍ଗଳବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବୁଝାମଣା ଅନୁଯାୟୀ, ଫ୍ୟାକଲ୍ଟି ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଓ ପରାମର୍ଶ ଦେବା ସହ ୬ ମାସ ପାଇଁ ଇଣ୍ଟର୍ଣ୍ଣସିପ୍‌ ବ୍ୟବସ୍ଥା କରାଯିବ । ଏହାଛଡା ଇଣ୍ଟର୍ଣ୍ଣସିପ୍‌ ସମୟରେ ଗବେଷଣା ନିମନ୍ତେ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ସୁଯୋଗ ମିଳିବ । ଏହା ବ୍ୟତୀତ ଇଞ୍ଜିନିୟରିଂ, ସଫ୍ଟୱେର, ହାର୍ଡୱେର ଆଦି ଉପରେ କମ୍ପାନି ପକ୍ଷରୁ କର୍ମଶାଳା, ଆଲୋଚନାଚକ୍ର ଓ ହାକାଥନ୍‌ ଆୟୋଜନ କରାଯିବ ।

ଆଇଟିଇଆର କ୍ୟାମ୍ପସ୍‌ରୁ ଛାତ୍ରଛାତ୍ରୀଙ୍କୁ କମ୍ପାନିରେ ନିଯୁକ୍ତି ସୁଯୋଗ ମିଳିପାରିବ । ଏହି ବୁଝାମଣା ପତ୍ରରେ ସୋଆର ପ୍ରୋ-ଭାଇସ୍‌ଚାନ୍‌ସେଲର ପ୍ରଫେସର ଶୀତିକଣ୍ଠ ମିଶ୍ର ଓ ଟି ଆଣ୍ଡ ଡି କମ୍ପାନିର ଟାଟା ପାୱାର ମାନବ ସମ୍ବଳ ମୁଖ୍ୟ ସୁବୀର ବର୍ମା ସ୍ୱାକ୍ଷର କରିଥିଲେ । ଟାଟା ପାୱାର ଏଲ୍‌ ଆଣ୍ଡ ଡି, ଓଡ଼ିଶା ଡିସକମ୍‌ର ମୁଖ୍ୟ ବୁଦ୍ଧିଶ କୁମାର ବେହେରା, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଞ୍ଜିନିୟରିଂର ମୁଖ୍ୟ ପ୍ରଫେସର ବିଭୁ ପ୍ରସାଦ ମହାନ୍ତି, ଇଲେକ୍ଟ୍ରିକାଲ୍‌ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ନିରଞ୍ଜନ ନାୟକ, ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ପ୍ରଫେସର ବିନୋଦ କୁମାର ସାହୁ, ଟ୍ରେନିଂ ଆଣ୍ଡ ପ୍ଲେସ୍‌ମେଣ୍ଟ ମୁଖ୍ୟ ଡ.ସୁଜିତ କୁମାର ଦାଶ ଓ କ୍ୟାରିୟର ଡେଭେଲପମେଣ୍ଟ ସେଲ୍‌, ଆଇଟିଇଆରର ମୁଖ୍ୟ ସୁମିତ ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.