ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ବୋମାମାଡ

• ଦୃର୍ବୃତ୍ତଙ୍କୁ ପୋଲିସ ଖୁବଶୀଘ୍ର ଧରିବା ପାଇଁ ପରିବାର ଲୋକଙ୍କ ଦାବୀ
• ଘଟଣାରେ ଶାସକଦଳର ସମ୍ପୃକ୍ତି ଥିବା ପରିବାର ଲୋକଙ୍କ ଅଭିଯୋଗ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୌରାଧ୍ୟକ୍ଷାଙ୍କ ଘର ଉପରକୁ ବୋମା ମାଡ ହୋଇଥିବା ଖବର ମିଳିଛି । ଢେଙ୍କାନାଳ ପୌର ପରିଷଦର ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ବୋମାମାଡ । ଗତକାଲି ମଧ୍ୟରାତ୍ରି ୧ଟା ୩୬ ମିନିଟ ସମୟରେ ବୋମାମାଡ ହୋଇଛି ବୋଲି କୁହାଯାଉଛି । ଯାହାର ସିସିଟିଭି ଫୁଟେଜ ହସ୍ତଗତ ହୋଇଛି । ଘର ବାହାରକୁ ଥିବା ପାଚେରୀର କିଛି ଅଂଶ ଭାଙ୍ଗି ଖସି ପଡିବା ସହିତ ଦୁଇଚକିଆ ଯାନ ଏବଂ ଅନ୍ୟାନ୍ୟ ଜିନିଷପତ୍ର କ୍ଷୟକ୍ଷତି ହୋଇଛି ବୋଲି ଜଣାପଡିଛି । ବୋମାମାଡ କରି ଦୃର୍ବୃତ୍ତ ଫେରାର ହୋଇ ଯାଇଛନ୍ତି । ଏଥିରେ କାହାର ପ୍ରାଣହାନି ଘଟି ନାହିଁ କିମ୍ବା କାହାର ଜୀବନ ଉପରେ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଦୃର୍ବୃତ୍ତ କେହି ଜାଣିଶୁଣି ଭୟଭୀତ କରିବା ଉଦ୍ଦେଶ୍ୟରେ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । ଗତ ମାର୍ଚ୍ଚ ୩୦ତାରିଖ ରାତିରେ କିଛି ଦୃର୍ବୃତ୍ତ ପୌରାଧ୍ୟକ୍ଷାଙ୍କ ଘର ଆଗରେ ଫାଙ୍କା ଗୁଳିଚାଳନା ଓ ଗାଳିଗୁଲଜ ସହ ମାରପିଟକୁ ନେଇ ଟାଉନଥାନାରେ ଅଭିଯୋଗ ହୋଇଥିଲା । ଘଟଣାରେ ଶାସକଦଳର ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷା ଓ ତାଙ୍କ ସ୍ୱାମୀ । ଢେଙ୍କାନାଳ ଟାଉନଥାନା ପୋଲିସର ପ୍ରାଥମିକ ତଦନ୍ତ ଆରମ୍ଭ କରି ଘଟଣା ସ୍ଥଳରୁ ଫୁଟାନ୍ତ ବୋମାର ପାଉଁଶ ଓ ଅବଶିଷ୍ଟାଂଶ କୁ ଜବତ କରି ଅନୁସନ୍ଧାନ ଚଳାଇଛି । ଦୋଷୀ ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ନିରପେକ୍ଷ ତଦନ୍ତ କରିବାକୁ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ସପକ୍ଷରେ ବିଭିନ୍ନ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.