csstore

ବାମସେଫ୍ ଏବଂ ରାଷ୍ଟ୍ରୀୟ ମୁଳନିବାସୀ ସଂଘ ବଲାଙ୍ଗିର ଶାଖାର ଜିଲ୍ଲାସ୍ତରୀୟ ଅଧିବେଶନ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା କଣ୍ଟାବାଞ୍ଜି ନୂଆପଡା ସ୍ଥିତ ମଙ୍ଗଳ ଭବନରେ ବାମସେଫ୍ ଏବଂ ରାଷ୍ଟ୍ରୀୟ ମୁଳନିବାସୀ ସଂଘ ବଲାଙ୍ଗିର ଶାଖାର ଜିଲ୍ଲାସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ନୀରୂପମା ମାଝୀ ଏହାକୁ ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ଜିଲ୍ଲା ଯାଦବ ମହାସଂଘ ସଭାପତି ପରମାନନ୍ଦ ହାତୀ ମୁଖ୍ୟ ଅତିଥି, ପ୍ରତି ସାଗର ମହାନନ୍ଦ ମୁଖ୍ୟବକ୍ତା ଏବଂ କିଶୋର ଚନ୍ଦ୍ର ପୁଟେଲ ଅଧ୍ୟକ୍ଷତା କରିଥିଲେ । ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ବିଭୁଦତ୍ତ ସାହୁ, ପ୍ରଧ୍ୟାପକ ଡଃ. ରମେଶ ଚନ୍ଦ୍ର ମହାନନ୍ଦ, ସମାଜସେବୀ ସୁରଥ ବେହେରା, କନ୍ଧ ସମାଜ ସଭାପତି ଶରତ ଚନ୍ଦ୍ର ସିଂ ଭୋଇ, ସୁରେଶ ପୁଟେଲ, ମନୋଜ ସାହୁ, ସରୋଜ କୁମାର ମେଶୱା, ଗୋକୁଲ ଗଣ୍ଡା, ବାମସେଫ୍ ବଲାଙ୍ଗିର ସଭାପତି ରାମଦାସ ମାଝୀ, ବଲାଙ୍ଗିର ପ୍ରଭାରୀ ଡମ୍ବରୁ ଧର ମାଝୀ, କୈଳାସ ବାଗ, ଅଧିବକ୍ତା ଯୋଗେନ୍ଦ୍ର ବଛା ଏବଂ ବିଜୟ ପୁଟେଲ ମଞ୍ଚାସୀନ ଥିଲେ ଏବଂ ମୋହନ ଭୋଇ ସଭା ପରିଚାଳନା କରି ସାମାଜିକ ଜାଗରଣ ପାଇଁ ନିଜ ନିଜ ରମତ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.