ବଲାଙ୍ଗିର ବିଜେପି ପକ୍ଷରୁ ବିଜୟ ଉତ୍ସବ : ମିଠା ବାଣ୍ଟିଲେ ନିର୍ଦ୍ଧୁମ୍‌ ନାଚିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ବିଜେପି ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜୟ ଉତ୍ସବ ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ବିଜୟକୁ ନେଇ ବଲାଙ୍ଗିରରେ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ଏହି ବିଜୟ ଉତ୍ସବରେ ଗୋପାଲଜୀ ପାଣିଗ୍ରାହୀଙ୍କ ସହ ରଂଜିତା ପାଣିଗ୍ରାହୀ, ଶିବଦତ୍ତ ମିଶ୍ର, ରଶ୍ମିରେଖା ଦାନୀ, ଅମିତ ସିଂ ନିନା, ବନଶ୍ରୀ ଆଚାର୍ଯ୍ୟ ଓ ବହୁ ବିଜେପି ନେତାମାନେ ଉପସ୍ଥିତ ଥିଲେ । ମିଠା ବାଣ୍ଟିବା ସହ ନିର୍ଦ୍ଧୁମ୍‌ ନାଚି ବିଜୟ ଉତ୍ସବକୁ ବଡ଼ ଧୁମ୍‌ଧାମ୍‌ରେ ପାଳନ କରିଥିଲେ ବିଜେପି ନେତା ଓ ନେତ୍ରୀମାନେ ।

Leave A Reply

Your email address will not be published.