ଧାନ ଉଠିଲେ ଥାନା ଛାଡ଼ିବୁ, ବିଜେପି ନେତାଙ୍କ ଧମକ

ସମ୍ୱଲପୁର : ଚାଷୀଙ୍କ ସମସ୍ୟା ନେଇ ସମ୍ୱଲପୁର ଆର୍‌ଡିସିଙ୍କ କାର୍ୟ୍ୟାଳୟ ଆଗରେ ଆନ୍ଦୋଳନ କରୁଥିବା ବିଜେପି ନେତାଙ୍କୁ ପୁଲିସ ଗିରଫ କରିଛି । ଏବେ ଏହି ପ୍ରତିଷେଧକ ମୂଳକ ଗିରଫଦାରୀ ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଗିରଫ ହୋଇଥିବା ବରିଷ୍ଠ ବିଜେପି ନେତାମାନେ ସଦର ଥାନା ଛାଡ଼ିବେ ନାହିଁ ବୋଲି କହିଛନ୍ତି । ମଣ୍ଡିରୁ ଧାନ ନଉଠିଲା ପର୍ଯ୍ୟନ୍ତ ଥାନାରୁ ଯିବୁନାହିଁ ବୋଲି ବିଜେପି ନେତାମାନେ ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି । ସମ୍ୱଲପୁର ପୁଲିସ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସାଂସଦ ସୁରେଶ ପୂଜାରୀ, ବିଧାୟକ ନାଉରୀ ନାଏକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖଙ୍କୁ ପୁଲିସ ଗିରଫ କରିଥିଲା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ମଣ୍ଡିରେ ବହୁ ପରିମାଣର ଧାନ ପଡ଼ି ରହିଛି । ସେହି ଧାନକୁ ରାଜ୍ୟ ସରକାର ଉଠାଉନାହାନ୍ତି । ବିଜେପିର ଧମକ ସତ୍ତ୍ୱେ ଧାନ ଉଠିଲାନାହିଁ । ସେଥିପାଇଁ ଆଜି ଆର୍‌ଡିସି କାର୍ୟ୍ୟାଳୟ ଘେରାଉ କରିଥିଲୁ । ରାଜ୍ୟ ସରକାର ଧାନ ଉଠାଇବାକୁ ନିଷ୍ପତ୍ତି ନିଅନ୍ତୁ, ତା’ପରେ ଆମେ ଥାନାରୁ ଯିବୁ । ଏହାସହ କଟନୀ ଛଟନୀ ନାଁରେ ଚାଷୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର ।

Leave A Reply

Your email address will not be published.