om academy

ବିଜେଡି ଜିଲ୍ଲା ଛାତ୍ର ସଭାପତି ଭାବେ ଗୁଞ୍ଜ ଖାନ ଓ ସୁମନ ନନ୍ଦ ରାଜ୍ୟ ଛାତ୍ର ସମ୍ପାଦକ ଭାବେ ମନୋନୀତ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଛାତ୍ର ବିଜୁ ଜନତା ଦଳର ନୂତନ କର୍ମକର୍ତ୍ତା ନିଯୁକ୍ତି କରିଥିବା ବେଳେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ଛାତ୍ର ସଭାପତି ଭାବରେ ଗୁଞ୍ଜ ଖାନଙ୍କୁ ଓ ରାଜ୍ୟ ଛାତ୍ର ସମ୍ପାଦକ ଭାବରେ ସୁମନ କୁମାର ନନ୍ଦଙ୍କୁ ଚୟନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ, ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କଳିକେଶ ନାରାୟଣ ସିଂହଦେଓ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଏବଂ ଜିଲ୍ଲାର ସମସ୍ତ ନେତୃମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ଗୁଞ୍ଜ ଖାନ ଓ ସୁମନ କୁମାର ନନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଗୁଞ୍ଜ ଖାନ ତାଙ୍କର ରାଜନୈତିକ ଜୀବନ ଆରମ୍ଭରୁ ଛାତ୍ର ସଙ୍ଗଠନରେ ନିଜକୁ ସଦାସର୍ବଦା ସାମିଲ ରଖି ଦଳର ଜଣେ ସୁସଙ୍ଗଠକ ଭାବରେ ପରିଚିତ ହୋଇ ଗତ ଥର ମଧ୍ୟ ତାଙ୍କ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାର ସମସ୍ତ ନେତୃବର୍ଗ ଆସ୍ଥା ପ୍ରକଟ କରିବା ସହ ଜିଲ୍ଲା ସଭାପତି ନିଯୁକ୍ତି କରିଥିଲେ । ଏଥର ପୁଣି ତାଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରି ଜିଲ୍ଲା ଛାତ୍ର ସଭାପତି ଭାବରେ ଦାୟିତ୍ୱ ଅର୍ପଣ କରିଛି ।

ସେହିଭଳି ସୁମନ କୁମାର ନନ୍ଦ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ଭାବରେ ରହି ରାଜେନ୍ଦ୍ର କଲେଜର ଉନ୍ନତି ଓ ୟୁନିଭରସିଟିରେ ପରିଣତ କରିବାରେ ତାଙ୍କର ଭୂମିକା ତଥା ସାଙ୍ଗଠନିକ ଦକ୍ଷତା ଓ ନିଷ୍ଠାପରତାକୁ ଦୃ‌ଷ୍ଟିରେ ରଖି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ରାଜ୍ୟ ଛାତ୍ର ସମ୍ପାଦକ ଦାୟିତ୍ୱ ଅର୍ପଣ କରିଛି । ଆଜି ଏହି ଚୟନ ପ୍ରକାଶ ହେବା ପରେ ବଲାଙ୍ଗିର ବିଜୁ ଜନତା ଦଳର ସମସ୍ତ ସଦସ୍ୟ ସଦସ୍ୟା ଯୁବ, ଛାତ୍ର, ମହିଳାମାନେ ନବ ନିଯୁକ୍ତ ଗୁଞ୍ଜ ଓ ସୁମନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.