jayashree

ଜିଲ୍ଲାପାଳ ଅଫିସ ସମ୍ମୁଖରେ ଏସ୍‌ୟୁସିଆଇର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏସ୍‌ୟୁସିଆଇ(ସି) ରାଜ୍ୟ କମିଟି ଆହ୍ୱାନରେ ଆଜି ସାରା ଓଡିଶାରେ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏସ୍‌ୟୁସିଆଇ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରି ପ୍ରତିବାଦ କରାଯାଇଛି । କୋଭିଡ୍‌ ପରିସ୍ଥିତିର ମୁକାବିଲାରେ ବିଫଳ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ନିତ୍ୟ ପ୍ରୟୋଜନିୟ ଜିନିଷପତ୍ରର ଅସ୍ୱଭାବିକ ମୁଲ୍ୟ ବୃଦ୍ଧି ବିରୁଦ୍ଧରେ ରାଜ୍ୟ ସାରା ପ୍ରତିବାଦ ଅନୁଷ୍ଠିତ ହେଉଛି । ପ୍ରତ୍ୟେକ ପ୍ରୟୋଜନିୟ ଜିନିଷ ପତ୍ରର ଅହେତୁକ ଦର ବୃଦ୍ଧି ଯୋଗୁଁ ଗରିବ, ନିମ୍ନବିତ୍ତ, ମଧ୍ୟବିତ୍ତ ସମସ୍ତଙ୍କର ଅବସ୍ଥା ସଂକଟ ପରିସ୍ଥିତି ଦେଇ ଗତି କରୁଛି । କାମ ନ ପାଇ ଲୋକେ ଚରମ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ତେଣୁ ଜନ ବିରୋଧି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବିରୁଦ୍ଧରେ ଜନସାଧାରଣ ପ୍ରତିବାଦ ପାଇଁ ଆଗେଇ ଆସିବାକୁ ଜିଲ୍ଲା ସାଂଗଠନିକ ସଂପାଦକ ସୁନିଲ ଭୋଇ ତାଙ୍କ ବକ୍ତବ୍ୟ ମାଧ୍ୟମରେ ନିବେଦନ କରିଛନ୍ତି । ଏହି ପ୍ରତିବାଦ ସଭାରେ ରାଜେନ୍ଦ୍ର ରଣା, ଯୁଗେଶ୍ୱର ରଣା, ମମତା ନାଏକ, ଗୌରୀ ରାଉତ, ମୁକେଶ ଶିକା ସହ ଅନେକ ଶ୍ରମିକ ଭାଇ ପ୍ରତିବାଦରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.