oom

ରଙ୍ଗେଇଲୁଣ୍ଡା ବ୍ଲକର ଭାବିନୀପୁର ଗ୍ରାମପଞ୍ଚାୟତରେ ‘ଗ୍ରାମାଞ୍ଚଳ ବିକାଶ ଓ ରୂପାନ୍ତରିକରଣ’ କାର୍ଯ୍ୟକ୍ରମ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକର ଭାବିନୀପୁର ଗ୍ରାମପଞ୍ଚାୟତ ଠାରେ “ଗ୍ରାମାଞ୍ଚଳ ଭିତ୍ତିଭୂମିର ବିକାଶ ଓ ରୂପାନ୍ତରିକରଣ” କାର୍ଯ୍ୟକ୍ରମ ନିମନ୍ତେ ଆୟୋଜିତ ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଓ ଶୋଭାଯାତ୍ରାରେ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସରପଞ୍ଚ ସମିତି ସଭ୍ୟ, ସଭ୍ୟା, ସ୍ଥାନୀୟ ଜନପ୍ରତିନିଧିମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିବା ସହିତ ଉପସ୍ଥିତ ବିଭାଗୀୟ ପଦାଧିକାରୀ, ବିଜେଡି ନେତୃବୃନ୍ଦ, କର୍ମୀ ତଥା ଗ୍ରାମବାସୀମାନଙ୍କ ଗହଣରେ ରହି ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ବହୁ ସମ୍ପୂର୍ଣ୍ଣ ହୋଇଯାଇଥିବା ପ୍ରକଳ୍ପ ଗୁଡ଼ିକୁ ଶୁଭ ଉଦ୍‌ଘାଟନ କରି ଲୋକାର୍ପିତ କରିଥିଲେ ଏବଂ କିଛି ମଞ୍ଜୁରୀ ହୋଇଥିବା ପ୍ରକଳ୍ପ ଗୁଡ଼ିକ ନିର୍ମାଣ ତଥା ଉନ୍ନତିକରଣ ପାଇଁ ଶୁଭ ଶିଳାନ୍ୟାସ କରି ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇ, ଏପରି ବିକାଶଧାରାକୁ ଜାରି ରଖିଥିବା ହେତୁ ବିଧାୟକ ଓ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ଧନ୍ୟବାଦ୍ ଜଣାଇବା ସହ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.