ଯୁଗସ୍ରଷ୍ଟା ତଥା ଦୂରଦ୍ରଷ୍ଟା ମହାନ୍‌ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମଦିନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁଗସ୍ରଷ୍ଟା ତଥା ଦୂରଦ୍ରଷ୍ଟା ମହାନ୍‌ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ଏହି ଅବସରେ ସାରା ଓଡ଼ିଶାରେ ପାଳିତ ହେଉଛି ପଞ୍ଚାୟତିରାଜ ଓ ଲୋକସେବା ଦିବସ । ସେ ଜଣେ ଏଭଳି ଜନନାୟକ ଥିଲେ, ଯାହାଙ୍କର ସ୍ୱପ୍ନ ଥିଲା ଓଡ଼ିଶା ମାଟିର ସାମୁହିକ ସମୃଦ୍ଧି । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଆ ଜାତିର ଗର୍ବ ଗୌରବ । ଓଡ଼ିଶାର ଉନ୍ନତି ପାଇଁ ଆଜୀବନ ପ୍ରଚେଷ୍ଟାରତ ଜଣେ ମହାନ୍‌ ନାୟକଙ୍କୁ ତାଙ୍କ ଜନ୍ମଦିନରେ ଆଜି ମନେପକାଉଛି ଓଡ଼ିଶା ମାଟି । ଆସିକାରେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ ସେ ଜନ୍ମଗ୍ରହଣ କରିଥିଲେ ଓ ସାରା ଓଡ଼ିଶାବାସୀଙ୍କ ପାଇଁ ଏକ ସାକାର ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଓଡ଼ିଶା ପାଇଁ ତାଙ୍କ ଅବଦାନ ଅତୁଳନୀୟ । ଜଣେ ସାହାସୀ, ସ୍ୱାଭିମାନୀ ତଥା ମାଟିପ୍ରେମୀ ମଣିଷ ଭାବରେ ତାଙ୍କ ପ୍ରତିଭାକୁ ଏ ମାଟି ଯୁଗ ଯୁଗ ଧରି ଛାତିରେ ଭିଡ଼ି ଧରିବ ନିଶ୍ଚୟ । ତାଙ୍କ ଜନ୍ମଦିନରେ କୋଟି କୋଟି ପ୍ରଣାମ ।

Leave A Reply

Your email address will not be published.