oom

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଉତ୍ସବ ଉଦ୍‌ଘାଟିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଉତ୍କଳ ଗୈାରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ରୀଡା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଲତା ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ବିଦ୍ୟା ଷ୍ଟଡିପଏଣ୍ଟର ଅଧ୍ୟକ୍ଷ ସରୋଜ ବେହେରା ଓ କବୟିତ୍ରୀ ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ଏହି କ୍ରୀଡା ପତାକାକୁ ଉତ୍ତୋଳନ କରି କ୍ରୀଡାକୁ ଉଦ୍‌ଘାଟନ କରିଥିଲେ । ଅଧ୍ୟାପକ ସୁଶାନ୍ତ କୁମାର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିଗଣ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ କ୍ରୀଡା କେବଳ ଶାରିରୀକ, ମାନସିକ ଓ ବୌଦ୍ଧିକ ବିକାଶରେ ସହାୟକ ହୁଏ ନାହିଁ ଏହା ଦ୍ଵାରା ଭାଇଚାରା ଓ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାରେ ସଫଳ ହୋଇଥାଏ । ସମ୍ପ୍ରତି ସୁନ୍ଦରଗଡ ଜିଲ୍ଲାରେ କ୍ରୀଡା ପ୍ରତିଭାର ଅଭାବ ନାହିଁ । ଉପଯୁକ୍ତ ଅଭ୍ୟାସ ଓ ପରିଶ୍ରମ ମାଧ୍ୟମରେ ଜଣେ ଉଚ୍ଚସ୍ତରୀୟ କ୍ରୀଡାବିତ ସୃଷ୍ଟି ହୋଇପାରିବ । ଏହି ଅବସରରେ ଅଧ୍ୟାପିକା ଅଳକାରଶ୍ମି ମହାନ୍ତି କବିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପରେ ମୁଖ୍ୟ ଅତିଥି ମଶାଲରେ ଅଗ୍ନି ସଂଯୋଗ କରିବା ପରେ କ୍ରୀଡା ଉତ୍ସବ ଆରମ୍ଭ କରାଯାଇଥିଲା । କ୍ରୀଡା ମଧ୍ୟରେ ୧୦୦ମି, ୨୦୦ମି, ୪୦୦ମି, ୮୦୦ମି, ଲମ୍ବା ଡିଆଁ, ଉଚ୍ଚ ଡିଆଁ, ସଟ୍‌ଫୁଟ୍‌, ଡିସ୍‌କସ୍‌, ଜାଭେଲିନ୍, କ୍ରିକେଟ, ଫୁଟବଲ, କବାଡି, ଖୋ-ଖୋ, ଧନୁ ତୀର, ରଶି ଦ୍ଵାରା ବଳ କଷାକଷି ଆଦି ପ୍ରତିଯୋଗିତା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା, ଅଧ୍ୟାପକ ସର୍ବଶ୍ରୀ ପ୍ରଦୀପ କୁମାର ଗିରି, ରୀତା ରାୟ, ସନ୍ଧ୍ୟାରାଣୀ ଚୌଧୁରୀ, ରୀତା ଦାସ, ସୌମ୍ୟରଞ୍ଜନ ଦାସ, ସମିତା ପଟ୍ଟନାୟକ, ସୁଚିତ୍ରା ପାଠକ, ରମେଶ ଚନ୍ଦ୍ର ପ୍ରଧାନ, ସୁନିତା ମହାଳିକ, ଅଳକା ମହାନ୍ତି, ସନ୍ତୋଷିନୀ ସାହୁ, ଉଷାରାଣୀ ବେହେରା, କୁଳମଣି ବେହେରା, ଯାଦବ ବିଶ୍ୱାଳ, ଗୀତା ବିଶ୍ୱାଳ, ପ୍ରକାଶ ଦାଶ, ସତ୍ୟେନ୍ଦ୍ର କୁମାର ସିଂହ, ରଞ୍ଜନ ସାମଲ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେବସ୍ମିତା, ଅନ୍ୱେଷା, ରାହୁଲ, ମୁକେଶ, ପ୍ରିୟଦର୍ଶିନୀ, ଅଜୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.