jayashree

ଭୋକିଲା ପେଟକୁ ଦି ମୁଠା ଅର୍ଣ୍ଣ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହ୍ୟୁମାନିଟି ଫାଉଣ୍ଡେସନ୍‌ର ଏକ ନିଆରା କାର୍ଯ୍ୟକ୍ରମ କରାଯାଇଥିଲା । ସଦସ୍ୟ ମାନେ ନିଜେ ଖାଦ୍ୟ ରାନ୍ଧୀ ରିଙ୍ଗ ରୋଡ୍‌ର ଚାରିପଖରେ ଥିବା ଗରିବ ଓ ନିସାହ୍ୟ ଲୋକ ମାନଙ୍କୁ ଭୋକିଲା ପେଟକୁ ଦି ମୁଠା ଅର୍ଣ୍ଣ ଯୋଗାଇ ଦେଇଛନ୍ତି । ସକାଳୁ ସଦସ୍ୟ ମାନେ ଅଣ୍ଡା ବିରୀୟନି ପ୍ୟାକେଟ୍‌ କରି ପ୍ରାୟ ୧୦୦ରୁ ଅଧିକ ଲୋକଙ୍କୁ ଭୋଜନ କରାଇଥିଲେ । ଲିନା ତ୍ରିପାଠୀ ମାମ୍‌ଙ୍କ ଏକ ମାତ୍ର ପୁଅ ସାର୍ଥକ ମିଶ୍ରଙ୍କ ଜନ୍ମଦିନ ଥିବାରୁ ଭାଞ୍ଜଭବନ୍ ନିକଟରେ ଥିବା ଗରିବ ପିଲା ମାନଙ୍କ ମଧ୍ୟରେ ବଡ ଧୁମ୍‌ଧାମ୍‌ରେ କେକ୍‌ କାଟି ଜନ୍ମଦିନ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହ୍ୟୁମାନିଟି ଫାଉଣ୍ଡେସନ୍‌ର ପ୍ରେସିଡେଣ୍ଟ ଦୀପ୍ତି ସୁନ୍ଦରାୟ, ଭାଇସ ପ୍ରେସିଡେଣ୍ଟ କାର୍ତ୍ତିକ ରାଉତ, ସେକ୍ରେଟାରୀ ଲିନା ତ୍ରିପାଠୀ, ଆଡଭାଶୋର୍ ଗ୍ରେସି ଡେଭିଡ ଓ ଅନ୍ୟ ସଦସ୍ୟ ମାନେ ହେଲେ ରଶ୍ମିତା ମଲ୍ଲିକ, ବିଜୟ ସୁନ୍ଦରାୟ, ଗରିମା ପତ୍ରୀ, ଅଶ୍ଵନି କିଶନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.