oom

ବିଭିନ୍ନ ସମସ୍ୟାକୁ ନେଇ ବୈଠକ : ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟ ଘେରାଉ କରିବା ପାଇଁ ଆମ ଆଦମୀ ପାର୍ଟିର ପ୍ରସ୍ତୁତି

jsmm

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ବାସୀଙ୍କ ଦୀର୍ଘ ଦିନ ହେଲାଣି ଅନେକ ସମସ୍ୟା ଲାଗି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଘୋର୍‌ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଆଜି ଟିଟିଲାଗଡ଼ ୱାର୍ଡ ନମ୍ବର-୨ ସ୍ଥିତ ରବିଦାସ ଭବନ ଠାରେ ଆମ ଆଦମୀ ପାର୍ଟିର ଯୁବ ସଭାପତି ବିଜୟ ମେହେରଙ୍କ ସଭାପତିତ୍ୱରେ ମହିଳା ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଗାମୀ ଦିନରେ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ପାଇଁ ଏକ ପ୍ରସ୍ତୁତି କରାଯାଇଥିଲା । ସୂଚନା ମତେ, ଏହି ୱାର୍ଡର ମହିଳା ମାନେ ସ୍ଥାୟୀ ପଟ୍ଟାରୁ ବଞ୍ଚିତ, ଭୂମିହୀନଙ୍କୁ ୪ ଡିସିମିଲ ଜାଗା ପ୍ରଦାନରୁ ବଞ୍ଚିତ, ବିଜୁ ପକ୍କା ଘର/ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ପାନୀୟ ଜଳ ସମସ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣରୁ ବଞ୍ଚିତ କରାଯିବା ଭଳି ଅନେକ ସମସ୍ୟା ଲାଗି ରହିଥିବା ବେଳେ ଆମ ଆଦମୀ ପାର୍ଟିର ଯୁବ ସଭାପତି ଶ୍ରୀ ମେହେରଙ୍କୁ ମହିଳା ମାନେ ଅଭିଯୋଗ କରିଥିଲେ । ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମେହେର ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.