୭ ବର୍ଷୀୟ ବଲାଙ୍ଗିରର ଛାତ୍ର ଭେଙ୍କଟରମଣଙ୍କ କମାଲ୍‌ : ଏମ୍‌ଟିଏ ପରୀକ୍ଷାରେ ସଫଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାତ୍ର ୭ ବର୍ଷୀୟ ବଲାଙ୍ଗିରର ଭେଙ୍କଟରମଣଙ୍କ କମାଲ୍‌ ଲୋକଲୋଚନକୁ ଆସିଛି । ଜାଭା, ଜାଭା ସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌, ପାଇଥନ୍‌ ଆଦି ପ୍ରୋଗ୍ରାମିଂରେ ଚମତ୍‌କାର ପ୍ରଦର୍ଶନ କରୁଥିବା ବେଳେ ଇତିମଧ୍ୟରେ ମାଇକ୍ରୋସପ୍ଟ, ଟେକ୍ନୋଲୋଜି ଏସୋସିଏଟ୍‌ (ଏଟିଏମ୍‌) ଓ ଡାଟାବେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଫଣ୍ଡାମେଂଟାଲ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଏଟିଏମ୍‌ ହେଉଛି ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରମାଣ । କୁଳଦୀପ ପଟ୍ଟନାୟକଙ୍କ ସୁପୁତ୍ର ଭେଙ୍କଟରମଣ ବର୍ତ୍ତମାନ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଛନ୍ତି ।

Leave A Reply

Your email address will not be published.