କେନ୍ଦ୍ରାପଡା : କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ଭରତପୁର ଗ୍ରାମପଞ୍ଚାୟତକୁ ପରିଦର୍ଶନରେ ଯାଇ ଖଜିରିଆ ଶ୍ମସାନ ନିକଟରେ ମନରେଗା ଯୋଜନାରେ ଖନନ ହେଉଥିବା ୨ଟି ପୋଖରୀ, ଜଗନ୍ନାଥପୁର ଶ୍ମସାନ ପୋଖରୀ ସ୍ଥଳ ବୁଲି ଦେଖିବା ସହ ମେହେନ୍ଦିପୁର ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ ୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମଧ୍ୟାହ୍ନ ଭୋଜନ ପାଇଁ ନିର୍ମାଣ ହେବାକୁ ଥିବା ରୋଷେଇ ଘର ଓ ଡାଇନିଙ୍ଗ ହଲ ନିମନ୍ତେ ସଂପୃକ୍ତ ସାଇଡକୁ ବୁଲି ଦେଖିଥିଲେ । ଏଥିସହିତ ସେହି ବିଦ୍ୟାଳୟର ଉନ୍ନତିକରଣ ଓ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସେଠାରେ ଉପସ୍ଥିତ ଥିବା ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କୁ ପରାମର୍ଶ ଦେଇଥିଲେ । ଏହାବ୍ୟତିତ ଭରତପୁର ପଞ୍ଚାୟତକୁ ସବୁଜ ସୁନ୍ଦର ଓ ଏକ ଆଦର୍ଶ ପଞ୍ଚାୟତଭାବେ ଗଢିତୋଳିବାକୁ ଯତ୍ନବାନହେବା ପାଇଁ ପରାମର୍ଶ ଦେଇଥିଲେ ।