oom

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ସଦସ୍ୟମାନଙ୍କ ଦ୍ଵାରା ରୋଗୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ଚିକିତ୍ସା ସାହାଯ୍ୟ ପାଇଁ ପ୍ରତିଶ୍ରୁତି

jsmm

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଓ ଲୋଇସିଂହା ବ୍ଲକର ବିଙ୍ଗ ହ୍ୟୁମାନ କାର୍ୟ୍ୟକର୍ତ୍ତାମାନଙ୍କ ମିଳିତ ଉଦ୍ୟମରେ ଆଜି ଲୋଇସିଂହା ବ୍ଲକର କୁଶଙ୍ଗ, ବୁରୋମୁଣ୍ଡା, ତଳିଉଡାର ଗ୍ରାମର ଅନେକ ରୋଗୀମାନଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ବୁରୋମୁଣ୍ଡା ଗ୍ରାମର ଲଳିତ କୁମାର ପୁଟେଲ ପ୍ରାୟ ଏକ ବର୍ଷ ତଲେ ବଲାଙ୍ଗିର ରକ୍ତ ଭଣ୍ଡାରରେ ରକ୍ତଦାନ କରି ଘରକୁ ଫେରିବା ସମୟରେ ତାଙ୍କର ଦୁର୍ଘଟଣା ହୋଇଥିଲା ଓ ଏହା ପରଠାରୁ ସେ ଶଯ୍ୟାଶାୟୀ ଅବସ୍ଥାରେ ଘରେ ପଡିଛନ୍ତି । ଅନେକ ଚିକିତ୍ସା ପରେ ମଧ୍ୟ ସେ ଭଲ ହୋଇ ପାରୁନାହାନ୍ତି । ସେ ଯେତିକି ଅର୍ଥ ସଂଚୟ କରି ରଖିଥିଲେ ସବୁ ସରିଗଲାଣି । ତାଙ୍କର ଚିକିତ୍ସା କରିବା ପାଇଁ ବିଙ୍ଗ ହ୍ୟୁମାନ ସଦସ୍ୟମାନେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଟିମରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବିଙ୍ଗ ହ୍ୟୁମାନ ଲୋଇସିଂହାର ଉପଦେଷ୍ଠା ସରୋଜ ମହାକୁର, ସଭାପତି ଅଜୟ ବେହେରା, ଆଗଲପୁର ବ୍ଲକର ଜଣାଶୁଣା ସମାଜସେବୀ ତଥା ଅଞ୍ଚଳରେ ପରିଚିତ ବ୍ୟକ୍ତି ସଂଯୋଗ କୁମାର ସାହୁ ଓ ତାଙ୍କର ସମସ୍ତ ସଭ୍ୟ ନିତ୍ୟାନନ୍ଦ ସାହୁ, ବୁଦ୍ଧଦେବ ସାହୁ ସହ ଅନେକ କାର୍ୟ୍ୟକର୍ତ୍ତା ସାମିଲ ହୋଇଥିଲେ । ଆଗଲପୁର ଅଞ୍ଚଳରେ ଜନସାଧାରଣ ଏହିପରି କାମକୁ ଭୁରିଭୁରି ପ୍ରଶଂସା କରୁଛନ୍ତି ।

jittmm
Leave A Reply

Your email address will not be published.