ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଗାଁରେ ଖୁଲମ୍ଖୁଲା ଭାବେ ନିଜ କିରାନା ଦୋକାନରେ ତଥା କୁକୁଡ଼ା ଦୋକାନରେ ଚାଲିଛି ବେଆଇନ ଦେଶୀ, ବିଦେଶୀ ମଦ କାରବାର । ମହରାପଦର ଗାଁର ସୁରେଶନ ଦଳେଇ ନିଜର କିରାନା ଦୋକାନରେ ଦେଶୀ, ବିଦେଶୀ ମଦ ବିକ୍ରି କରୁଛନ୍ତି । ଏଥିପାଇଁ ଦୋକାନ ସମ୍ମୁଖରେ ସବୁବେଳେ ମଦୁଆ ମାନେ ଭିଡ ଜମାଉଛନ୍ତି । ଏଥିଯୋଗୁଁ ଛୋଟ ଛୋଟ ଛୁଆ ମାନେ ତଥା ମହିଳା ମାନେ ରାସ୍ତାରେ ଯିବା ଆସିବା ପାଇଁ ସୁରକ୍ଷିତ ମଣୁ ନାହାନ୍ତି ।
ଆଉ ଜଣେ ହେଲେ ଦିନ ଧରୁଆ ମହରାପଦର ଗାଁରୁ ବାଘଝରନ୍ ଗାଁ ଯିବା ରାସ୍ତାରେ ଏକ କୁକୁଡ଼ା ଦୋକାନ ଖୋଲି ସେଠାରେ ସେ ମଧ୍ୟ ଦେଶୀ ବିଦେଶୀ ମଦ ବିକ୍ରି କରୁଛନ୍ତି । ଏହି ମଦ ବିକ୍ରିକୁ ବିରୋଧ କରି ଗ୍ରାମର ଏସ୍ଏଚ୍ଜି ମହିଳା ମାନେ ମଦ ବିକ୍ରି ବନ୍ଦ କର ନାରା ଦେଇ ଗାଁ ପରିକ୍ରମା କରିଥିଲେ । ସୂଚନା ଅନୁସାରେ କିଛି ଦିନ ଆଗରୁ ମହରାପଦର ଗାଁରେ ମଦଭାଟି ସବୁ ବନ୍ଦ ଥିଲା । ସୁଶାନ୍ତ ପାଣିଗ୍ରାହୀଙ୍କ ପ୍ରତିବାଦ ଯୋଗୁଁ ସବୁ ମଦଭାଟି ବନ୍ଦ କରାଯାଇଥିଲା । ଏହାର ସୁଯୋଗ ନେଇ ଉପୋରକ୍ତ ଦୁଇ ଜଣ ଗାଁ ରେ ବେଧଡକ ମଦ ବିକ୍ରି କରିବା ଆରମ୍ଭ କରିଥିଲେ । ଏଥିପାଇଁ ଗାଁର ଏସ୍ଏଚ୍ଜି ମହିଳା ମାନେ ରାସ୍ତାକୁ ଓଲ୍ହାଇଛନ୍ତି । ଏଥିରେ ଗାଁର ଓ୍ବାର୍ଡ ମେମ୍ବର ତାରା କୁମ୍ଭାରଙ୍କ ନେତୃତ୍ୱରେ ଏସ୍ଏଚ୍ଜି ଗ୍ର୍ରୁପର ମହିଳା ମାନେ ସାମିଲ ଥିଲେ । ମହିଳା ମାନେ ସୁରଶେନ ଦଳେଇଙ୍କ କିରାନା ଦୋକାନରୁ କିଛି ଦେଶୀ ବିଦେଶୀ ମଦ ଜବତ କରିଥିବା ସୂଚନାରେ କୁହାଯାଇଛି ।