oom

ଭୁବନେଶ୍ୱରରେ ବରିଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ ହେଲେ ନବୀନ କୁମାର ଦାଶ

jsmm

ବରଗଡ, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ରୋଟାରୀ କ୍ଳବ୍ ଠାରେ ଅନୁଷ୍ଠିତ ସାଧାରଣ ଲୋକଙ୍କ ସ୍ୱର ରାଜ୍ ମିଡ଼ିଆ ଲକ୍ଷ୍ମୀ ଟେଲିଭିଜନ ନେଟୱର୍କ ରିପବ୍ଲିକ ଓଡ଼ିଶାର ନିର୍ଦ୍ଦେଶକ ଡଃ ରାଜେଶ୍ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ୭ମ ସ୍ୱନକ୍ଷତ୍ର ଦିବସ ଅବସରରେ ନବୀନ କୁମାର ଦାଶଙ୍କୁ ବରିଷ୍ଠ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଉଦ୍‌ଘାଟକ ଭାବେ ଓଟିଡିସି ଚେୟାରମ୍ୟାନ୍ ଡଃ ଲଲାଟେନ୍ଦୁ ସାହୁ ଯୋଗ ଦେଇଥିବା ବେଳେ ମୁଖ୍ୟଅତିଥି କାର୍ଡିଓଲୋଜିଷ୍ଟ ପି.କେ ଦାଶ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ସାମ୍ବାଦିକ ସତିଶ ବିଶ୍ଵାଳ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ରଞ୍ଜିତ କୁମାର ସ୍ୱାଇଁ, ଅମିୟ କୁମାର ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପଟ୍ଟାଙ୍ଗୀ, ବିଜେଡିର ରାଜ୍ୟ ମହିଳା ସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ରାଏ, ଯୋଶୋବନ୍ତ ବେହେରା, ବିଜେଶ୍ୱର ମଲ୍ଲିକ ପ୍ରମୁଖ ମଞ୍ଛାସିନ ରହିଥିଲେ । ସର୍ବ ପ୍ରଥମେ ଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରାଙ୍କ ତୈଳ ଫଟୋ ଚିତ୍ରରେ ଧୂପ ଦ୍ଵୀପ ପ୍ରଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରି ସ୍ଵନକ୍ଷତ୍ର ଉତ୍ସବରେ ସାଧାରଣ ଲୋକଙ୍କ ସ୍ୱର ପାଇଁ ସାମ୍ବାଦିକର ଭୂମିକା ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଂ ରଞ୍ଜିତ କୁମାର ସ୍ୱାଇଁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅମିୟ କୁମାର ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ରାଏ, ନାରାୟଣ ମୁଦୁଲି, ଡ.ଆଲୋକ କୁମାର ସାହୁ, ସସ୍ମିତା ଦାଶ ପ୍ରମୁଖ ମଞ୍ଚାସିନ ରହି ବିଭିନ୍ନ କ୍ଷେତ୍ରରେ ସାମ୍ବାଦିକମାନଙ୍କୁ ଉପଢୌକନ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରଗଡ ଜିଲ୍ଲା ଅତାବିରାର ନବୀନ କୁମାର ଦାଶଙ୍କୁ ବରିଷ୍ଠ ସାମ୍ବାଦିକ ଭାବରେ ଉପଢୌକନ, ମାନପତ୍ର, ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।

jittmm
Leave A Reply

Your email address will not be published.