jayashree

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୂଜା ପାଠ ଓ ବୋଇତ ବନ୍ଦାଣ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁଗୁଡିକରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପୁରାଣ ପାଠ ଅନୁଷ୍ଠିତ ହୋଇଯାଇଛି । ପୌରାଣିକ ଅନୁସାରେ ପବିତ୍ର କାର୍ତ୍ତିକ ମାସ ଏକ ପୁଣ୍ୟ ମାସ ଅଟେ । ଅନେକ ଲୋକଙ୍କ ବିଶ୍ୱାସ ରହିଛି କାର୍ତ୍ତିକ ମହାପ୍ରଭୁଙ୍କ ପୂଜାର୍ଚନା କଲେ କୋଟି ପୁଣ୍ୟ ମିଳେ ବୋଲି । ତେଣୁ କରି ଲୋକେ ବିଶ୍ୱାସ ପୂର୍ବକ ପୂଜାର୍ଚ୍ଚନା କରିଥାନ୍ତି । ଓଡ଼ିଆ ମାସ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ନିରାମିଷ ହୋଇ ପୁରାଣ ପାଠ ଓ ପୂଜାର୍ଚ୍ଚନା କରିଥାନ୍ତି । ଏକ ମାସ ଉପବାସ ରହି ମହିଳା ଓ ପୁରୁଷମାନେ କାର୍ତ୍ତିକ ମହାପ୍ରଭୁଙ୍କୁ ଆବାହନ କରିଥାନ୍ତି । ମା’ ଭଉଣୀମାନେ ପ୍ରତ୍ୟୁଷରୁ ଉଠି ଶୀତ ସମୟରେ ବ୍ରହ୍ମ ମୁହୁର୍ତ୍ତରେ ମଧ୍ୟ ସ୍ନାନ ସାରି ଭଗବାନଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ପୁରାଣ ଅନୁସାରେ କାର୍ତ୍ତିକକେଶ୍ୱର ମହାପ୍ରଭୁ ଅତି ସୁନ୍ଦର ଓ ଦିବ୍ୟ ପୁରୁଷ ଥିଲେ ତେଣୁ ମା’ ଭଉଣୀ ନିଜ ପିଲା ଛୁଆ, ସ୍ୱାମୀଙ୍କ ତଦ୍ରୁପ ସୁସ୍ଥ ସୁନ୍ଦର ରୂପ ହେଉ ବୋଲି ଶୁଭ ମନାସ କରିଥାନ୍ତି ।

Leave A Reply

Your email address will not be published.