୧୯୮୬ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ଘୋରଡିଆ ନୋଡାଲ ହାଇସ୍କୁଲର୧୯୮୬ ମସିହା ମାଟ୍ରିକ ବ୍ୟାଚ୍‌ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରବିବାର ଏକ ବନ୍ଧୁମିଳନ ଉତ୍ସବ ମା ବରାହୀ (ଖଣ୍ଡୁଆଳ) ପିଠସ୍ଥଳୀ କଅଁଳପଡା ଠାରେ ଅନୁଷ୍ଟିତ ହୋଇଯାଇଛି । ଏହି ମିଳନ ପର୍ବ ଉତ୍ସବରେ ସମସ୍ତ ପ୍ରକାର କୋଭିଡ ନିୟମ ପାଳନ କରି ଉକ୍ତ ବ୍ୟାଚର ୪୭ ଜଣ ପୂରାତନ ଛାତ୍ରଛାତ୍ରୀ ଏହି ମିଳନ ପର୍ବରେ ଯୋଗଦେଇ ପାଠପଢା ବେଳର ପୁରୁଣା ସ୍ନୃତିକୁ ମନପକାଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ । ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୋ ସ୍କୁଲ ଅଭିଯାନରେ ସମସ୍ତେ ସାମିଲ ହୋଇ ବିଦ୍ୟାଳୟର ଅଭିବୃଦ୍ଧି ଓ ବିକାଶରେ ସହଭାଗିତା ହେବା ସହ ଆପଦ ବିପଦରେ ପରସ୍ପରକୁୁ ସହଯୋଗ, ସହାୟତା କରିବା ପାଇଁ ସର୍ବସମିତି କ୍ରମେ ନିଷ୍ପତ ହୋଇଥିଲା । ପୁରାତନ ସହପାଠୀ ଚିତ୍ରସେନ ନିଶଙ୍କ, ବାଳାନିଧି ସାହୁ, ପୁଷ୍ପିତା ବଳିୟାରସିଂହ, ଭାଗିରଥି ସାହୁ, ଗଦାଧର ମାର୍ଥା, ପାର୍ବତୀ ରଣଜିତ, ବିଭୁତି ରାଉତରାୟ, ପ୍ରତିମା ପରିଡା, ସଂଗ୍ରାମ ଛୋଟରାୟ, ଦୁଃଖିଶ୍ୟାମ ବେହେରା, ମିଟୁ କୋଦମାସିଂହ, ଭରତ ଚନ୍ଦ୍ର ବାରିକ, ଭାନୁମତୀ ସେଠୀ, ନୃସିଂହ ମଣ୍ଡଳ, ଗୋପ ନାୟକ, ବିଜୟ ରାଉତରାୟ, କବିତା ପଟ୍ଟନାୟକ କାର୍ତିକ ପାଟ୍ଟଶାଣୀ, କୈଳାସ ବଳିୟାର ସିଂହ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଚିତ୍ରସେନ ନିଶଙ୍କ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.