ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦ

ବାଲେଶ୍ୱର : ଆଜି ବାଲେଶ୍ୱର ବନ୍ଦ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱର ବନ୍ଦର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସମେତ ଦୋକାନ ବଜାର ବନ୍ଦ ରହିବ । ବାଲେଶ୍ୱର ବାର ଆସୋସିଏସନ୍‌, ନାଗରିକ ମଞ୍ଚ, ସିଭିଲ ସୋସାଇଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ସିପିଆଇ(ଏମ), କଂଗ୍ରେସ, ବିଜେପି ଓ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ଦୃଢ ସମର୍ଥନ ରହିଛନ୍ତି । ଏଥିପାଇଁ ସକାଳୁ ବିଭିନ୍ନ ଛକରେ ରାସ୍ତା ରୋକ କରିବା ସହ ପିକେଟିଂ ଜାରି ରହିଛି ।

ସୂଚନା ମୁତାବିକ, ବାଲେଶ୍ୱରରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଅପରାଧିକ କାର୍ଯ୍ୟକଳାପ ରୋକିବାରେ ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଛି । ପ୍ରାୟତଃ ପ୍ରତିଦିନ କେଉଁଠି ନା କେଉଁଠି ଲୁଟ୍‌, ଡକାୟତି, ଛିନ୍‌ତାଇ ହେଉଛି । କଥା କଥାକେ ଖଣ୍ଡା, ଭୁଜାଲି ବୁଲୁଛି । ଏପରି ସ୍ଥିତିରେ ପୁଲିସ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ଶୀତତାପ ନିୟନ୍ତ୍ରିତ କୋଠରୀରେ ଚୁପ୍‌ ବସିଛନ୍ତି ବୋଲି ବହୁ ସଂଗଠନ ଆରୋପ ଆଣି ବାଲେଶ୍ୱର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।

Leave A Reply

Your email address will not be published.

error: Content is protected !!