pr

ଟିଟିଲାଗଡ଼ ଜୁନିଅର ଓମ୍‌ ଭ୍ୟାଲି ସ୍କୁଲରେ ବନ ମହୋତ୍ସବ ପାଳିତ : ଛାତ୍ରଛାତ୍ରୀ ବୃକ୍ଷର ଭୂମିକା ବିଷୟରେ କଲେ ଆଲୋକପାତ

dr. purohit

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବୃକ୍ଷ ହିଁ ଜୀବନ । ବୃକ୍ଷ ଦ୍ୱାରା ହିଁ ପରିବେଶ ସୁରକ୍ଷା ପାଇଥାଏ । ବୃକ୍ଷ ଅଭାବ ଯୋଗୁଁ ବର୍ଷା ମଧ୍ୟ ଭଲ ଭାବରେ ହୁଏ ନାହିଁ, ସେଥିପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସବୁ ସ୍ଥାନରେ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ସର୍ଗିଗୁଡ଼ା ସ୍ଥିତ ଜୁନିଅର ଓମ୍‌ ଭ୍ୟାଲି ସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍କୁଲର ପ୍ରତିଷ୍ଠାତା ଦୀପକ ସାହୁ, ସ୍କୁଲର ଭାଇସ ଚେୟାର ମେନ ଶ୍ରୀମତୀ ସଂଗୀତା ସାହୁ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ର ପ୍ରତିଷ୍ଠିତ ଫିଜିଓଥେରାପି ଡାକ୍ତର ଶ୍ରୀମତୀ ଚଞ୍ଚଳା କେଜ୍ରିୱାଲ, ମାରୱାଡ଼ି ମହିଳା ମଣ୍ଡଳର କୋଷାଧ୍ୟକ୍ଷ ତଥା ଚକ୍ଷୁଦାନ, ରକ୍ତଦାନର ଅଧ୍ୟକ୍ଷ ଶ୍ରୀମତୀ ସଂଗୀତା ଅଗ୍ରୱାଲ ଉପସ୍ଥିତ ଥିଲେ ।

ପ୍ରଥମେ ସ୍କୁଲର ଛାତ୍ର କୁଲଦେବ ସାହୁ ଏବଂ ଛାତ୍ରୀ ସାନଭି ପଣ୍ଡା ସମସ୍ତ ଅତିଥିଙ୍କୁ ଆମନ୍ତ୍ରଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନେ ବୃକ୍ଷର ଉପକାରିତା ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସ୍କୁଲର ମନୀଷା ଶର୍ମା ବୃକ୍ଷର ଭୂମିକା ବିଷୟରେ ବକ୍ତୃତା ପ୍ରଦାନ କରିଥିଲେ । କିଛି ଛାତ୍ରଛାତ୍ରୀ ବିଭିନ୍ନ ପନିପରିବା, ଫଳ ବେଶରେ ସଜାଇ ହୋଇ ସେହି ଫଳ ଖାଇଲେ କ’ଣ କ’ଣ ଭିଟାମିନ୍‌ ମିଳିଥାଏ ସେ ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା । ସଭା ସରିବା ପରେ ସମସ୍ତ ଅତିଥି ଏବଂ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍କୁଲର ଭାଇସ ପ୍ରିନ୍ସିପାଲ ନିଶି ବେରିଙ୍କ ସଭାପତିତ୍ୱରେ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସ୍କୁଲର ସରୋଜିନୀ ପଟ୍ଟନାୟକ, ପ୍ରିୟଙ୍କା ସିଂ, ଏ ସଇଲେଜା, ବବିତା ମିଶ୍ର, ଅନୁପ, ଚନ୍ଦ୍ର ଶେଖର ,ଶିବା, ସୁମତି, ସୁମନ ଶର୍ମାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.