om academy

ବାଲ୍ୟ ବିବାହ ରୋକିବାରେ ସଫଳ ହେଲା ଜିଲ୍ଲା ଚାଇଲ୍ଡଲାଇନ ଓ ଆଇସିଡିଏସ୍

jsm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ଗ୍ରାମ ପଞ୍ଚାୟତରେ ଏକ ୧୭ ବର୍ଷର ଝିଅ ବାଲ୍ୟ ବିବାହକୁ ଜିଲ୍ଲା ଚାଇଲ୍ଡଲାଇନ ଓ ସିନାପାଲି ସମ୍ୱନିତ ଶିଶୁ ବିକାଶ ପ୍ରକଳ୍ପ ମିଳିତ ଆନୁକୂଲ୍ୟରେ ଅଟକାଇବାରେ ସଫଳ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ସିନାପାଲି ବ୍ଲକ ଗଣ୍ତାବାହାଲି ପଞ୍ଚାୟତର ଏକ ଗ୍ରାମରେ ୨୦ ଜାନୁଆରୀରେ ସେହି ଗ୍ରାମର ଏକ ଯୁବକ ସହିତ ବିବାହ ହେବାକୁ ଯାଉଥିଲା । ହେଲେ ଝିଅର ବୟସ ହୋଇ ନଥିବାରୁ କେହି ଜଣେ ବ୍ୟକ୍ତି ୧୦୯୮କୁ ଫୋନ କରି ବାଲ୍ୟ ବିବାହ ରୋକିବାକୁ ସୂଚନା ଦେଇଥିଲେ । ସୂଚନା ପାଇଁ ନୂଆପଡ଼ା ଜିଲ୍ଲା ଚାଇଲ୍ଡଲାଇନ ଓ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ସିନାପାଲିର ମିଳିତ ଆନୁକୂଲ୍ୟରେ ବାଲ୍ୟ ବିବାହ ବନ୍ଦ କରିବାକୁ ପହଞ୍ଚି ଥିଲେ । ଜିଲ୍ଲା ଚାଇଲ୍ଡଲାଇନ ସଂଯୋଜକ ମୁକେଶ କୁମାର ଯୋଶୀ, ସଦସ୍ୟା ସବିତା ସୁନାନୀ ଓ ସିନାପାଲି ଆଇସିଡିଏସ୍ ମଣ୍ତଳ ପରିଦର୍ଶିକା ଜାଜ୍ଞସିନୀ ହୋତା, ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନ, ଅଙ୍ଗନବାଡି କର୍ମୀ, ୱାର୍ଡ ମେମ୍ୱର, ଆଶା, ତଥା ପ୍ରଶାସନିକ ଅଧିକାରୀ ମାନେ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ଉକ୍ତ ବିବାହକୁ ଅଟକାଇବାରେ ସଫଳ ହୋଇଥିଲେ । ଏବଂ ଉକ୍ତ ଭଦ୍ର ବ୍ୟକ୍ତି ସମେତ ପରିବାରର ଲୋକଙ୍କୁ ବାଲ୍ୟ ବିବାହ ଆଇନ, ବାଲ୍ୟ ବିବାହ ଭୟାଭୟ ପରିଣତି, ବାଲ୍ୟ ବିବାହର କୁପରିଣାମ ଉପରେ ଆଳୋଚନା କରି ପରିବାର ତଥା ଉପସ୍ଥିତ ଲୋକଙ୍କୁ ସଚେତନ କରିଥିଲେ । ଉକ୍ତ ବାଲ୍ୟ ବିବାହ ବନ୍ଦ କରିବାରେ ଉଭୟ ଅଫିସର କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.