ବଲାଙ୍ଗିରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡ଼ିଶା ମୋ’ ପରିବାର ତରଫରୁ ବିଜୁ ଜନତା ଦଳ ଦ୍ୱାରା ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ନାମରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମ ବଲାଙ୍ଗିରରେ ମଧ୍ୟ ରାଜ୍ୟ ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ଓ ରାଜ୍ୟର ସାଧାରଣ ସଂପାଦକ କଳିକେଶ ନାରାୟଣ ସିଂହଦେଓ ଓ ଯୁବନେତାଅର୍କେଶ ନାରାୟଣ ସିଂହଦେଓଙ୍କ ତତ୍ତ୍ୱାବଧାନ ତତା ଜିଲ୍ଲା ସଂଯୋଜକ ସାଗର ସଂଗମ ଶତପଥୀଙ୍କ ସଂଯୋଜନାରେ ତିନି ଦିନ ଧରି ରକ୍ତଦାନ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଏହାର ତୃତୀୟ ଦିବସ ହୋଇଥିବା ବେଳେ ଏହା ଉଦ୍‌ଯାପିତ ହୋଇଯାଇଛି । ଆଜି ବଲାଙ୍ଗିର ପୌରାଂଚଳରୁ ବିଭିନ୍ନ ରକ୍ତଦାତାମାନେ ଆସି ସ୍ୱେଚ୍ଛାକୃତ ଭାବେ ଏହି ଶିବିରରେ ରକ୍ତଦାନ କରିଥିଲେ । ଶିବିର ଶେଷ ହେବା ସମୟରେ ଏହା ସମୁଦାୟ ୨୩୬ ୟୁନିଟ୍‌କୁ ପହଂଚିଥିଲା । ରକ୍ତଦାନ କରିବା ପାଇଁ ଦଳ ତରଫରୁ ବିଭିନ୍ନ ବାର୍ତ୍ତା ଓ ସ୍ଲୋଗାନ ଦିଆଯାଇଥିଲା, ଯାହା ଆଜି ଶହ ଶହ ଲୋକଙ୍କ ରକ୍ତଦାନରେ ସଫଳ ହୋଇଛି । ଏହାସହ ସମସ୍ତ ରକ୍ତଦାତାଙ୍କୁ ଜିଲ୍ଲା ବନବିଭାଗ ପକ୍ଷରୁ ଚାରା ପ୍ରଦାନ କରାଯାଇଛି, ଯାହା ଆଗାମୀ ଦିନରେ ଆମ ସହରରେ ପ୍ରକୃତିକୁ ଆହୁରି ବଳିଷ୍ଠ କରି ଗଢ଼ି ତୋଳିବ ବୋଲି ଆଶା କରାଯାଉଛି । ପ୍ରକାଶ ଯୋଗ୍ୟ ଯେ, ଅଗଷ୍ଟ ୧୩ ପ୍ରଥମ ଦିନରେ ସ୍ଥାନୀୟ ପେଲେସ ଲାଇନ୍‌ଠାରେ ଥିବା ମୀନା ଟେଣ୍ଡହାଉସ୍‌ଠାରେ ଏହି ରକ୍ତଦାନ ଶିବିର ଉଦ୍‌ଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଅରୂପ ପଟ୍ଟନାୟକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ରାଜ୍ୟରେ ଯେମିତି ରକ୍ତର ଅଭାବ ଦେଖା ନଦେବ, ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା ।

ପ୍ରତିଦିନ ୫୦ ୟୁନିଟ୍‌ ରକ୍ତ ସଂଗ୍ରହ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି ଶିବିର ପ୍ରଥମ ଦିନରେ ହିଁ ୧୧୦ ୟୁନିଟ୍‌ ରକ୍ତ ସଂଗ୍ରହ କରିଥିଲା । ସେହିପରି ଦ୍ୱିତୀୟ ଦିନରେ ବଲାଙ୍ଗିର ବନଖଣ୍ଡ ଅଧିକାରୀ ସମୀର କୁମାର ଶତପଥୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଦ୍ୱିତୀୟ ଦିନର ଶିବିରକୁ ଉଦ୍‌ଘାଟିତ କରିଥିଲେ । ଦ୍ୱିତୀୟ ଦିନର ଏହି ଶିବିରରେ ମୁଖ୍ୟତଃ ଦେଓଗାଁ ବ୍ଲକ୍‌ର ସ୍ୱେଚ୍ଛାସେବୀମାନେ ଆସି ରକ୍ତଦାନ କରିଥିଲେ । ଦେଓଗାଁ ବ୍ଲକ୍‌ ଅଧ୍ୟକ୍ଷା ରୀନା ମେହେର, ବିଡ଼ିସିସି ଚେୟାରମେନ୍‌ ଲକ୍ଷ୍ମଣ ମେହେର ଓ ବ୍ଲକ୍‌ ସଭାପତି ସୁଶୀଲ ଚାନ୍ଦଙ୍କ ନେତୃତ୍ୱରେ ସର୍ବାଧିକ ୧୯୧ ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ଶିବିର ସଫଳ ହୋଇଥିଲା । ଆଜି ତୃତୀୟ ଓ ଅନ୍ତିମ ଦିବସରରେ ଉପସଭାପତି ଅନଙ୍ଗଉଦୟ ସିଂହଦେଓ ଓ ତାଙ୍କ ପୁତ୍ର କଳିକେଶ ଏବଂ ଅର୍କେଶ ଆସି ଏହି ରକ୍ତଦାନ ଶିବିରକୁ ଉଦ୍‌ଯାପିତ କରିବାର ଯୋଜନା ଥିଲା । କିନ୍ତୁ ଅତ୍ୟଧିକ ବର୍ଷା ଯୋଗୁଁ ସେମାନେ ଶିବିରକୁ ପହଂଚି ପାରି ନଥିବା ବେଳେ ଉପସ୍ଥିତ ଦଳୀୟ କର୍ମୀ ଓ ଜିଲ୍ଲା ସଂଯୋଜକ ସାଗର ସଂଗମ ଶତପଥୀଙ୍କୁ ଉଦ୍‌ଯାପନୀ କାର୍ଯ୍ୟକ୍ରମର ସମସ୍ତ ଦାୟିତ୍ୱ ଦେଇଥିଲେ । ଆଜି ବଲାଙ୍ଗିର ପୌରାଂଚଳର ବିଭିନ୍ନ ରକ୍ତଦାତା ଉତ୍ସାହ ସହିତ ଆସି ସ୍ୱେଚ୍ଛାକୃତ ଭାବେ ସର୍ବାଧିକ ୨୩୬ ୟୁନିଟ୍‌ ରକ୍ତଦାନ କରିଥିଲେ । ଏହା ସହିତ ଗତ ତିନି ଦିନରେ ଏହି ଜୀବନ ବିନ୍ଦୁ ଶିବିର ୫୩୭ ୟୁନିଟ୍‌ ରକ୍ତ ସଂଗ୍ରହ କରିବାକୁ ସଫଳ ହୋଇଥିଲା । ଏହି ଶିବିର କୋଭିଡ ନିୟମକୁ ଆଖିରେ ରଖିବା ସହ ରକ୍ତଦାତାଙ୍କ ସୁବିଧା ବେଶ୍‌ ଖେୟାଲ ରଖାଯାଇଥିଲା । ତିନିଦିନ ଯାକ ହସ୍‌ପିଟାଲ ତଥା ରେଡ଼କ୍ରସର କର୍ମଚାରୀମାନେ ଆସି ରୋଗୀଙ୍କ ସେବା କରିବା ସହିତ ରକ୍ତ ସଂଗ୍ରହରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେବେ ଲୋକଙ୍କୁ ରକ୍ତଦେବା ପାଇଁ ଆହ୍ୱାନ କରିବା ସହିତ ଉଦାହରଣ ହେବା ପର୍ଯ୍ୟନ୍ତ ଜିଲ୍ଲା ବିଜୁ ଜନତା ଦଳର ବିଭିନ୍ନ କର୍ମୀମାନେ ଦିନରାତି କାମ କରିଛନ୍ତି ।

ସଂଯୋଜକ ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ଅଶୋକ ମହାନ୍ତି, ରାଜେନ୍ଦ୍ର ହୋତା, ଓଁକାର ନାୟକ, ଦୁର୍ଗା ବେହେରା, ପ୍ରବୀଣ ମିଶ୍ର, ପ୍ରଦ୍ୟୁତ ମିଶ୍ର, ସଂଜୀବ ମିଶ୍ର, କୈଳାଶ ମହାନ୍ତି, ଶିବ ବେହେରା, ସଂନ୍ତୋଷ ଦନ୍ତା, ବୁଲୁ ବେହେରା, ଗୁଂଜ ଖାନ୍‌, ଭଗବାନ ବଗର୍ତ୍ତି, ପ୍ରଦୀପ ସାହୁ, ନରସିଂହ ବାଗ, ଧ୍ରୁବ ଜୁଏଡ଼, ରାମ ନାଏକ, ମହେନ୍ଦ୍ର ବାଗ, ବାଲାଜୀ ପଣ୍ଡା, ପ୍ରଦ୍ୟୁମ୍ନ ହୋତା, ନିହାରରଂଜନ ସ୍ୱାଇଁ, ସନ୍ତୋଷିନୀ ବେହେରା, ଲିପିଶ୍ରୀ ସାଏ, ରଂଜୁ ରାଏମନ, ଦମୟନ୍ତୀ ବାଗ, ସରିତା ଦାସ, ମମତା ଜେନା, ଗୋଲାପୀ ବରାଡ଼, ନୀଳିମା ପଟେଲ, କଳ୍ପନା ସାହୁ, ସୁରେନ୍ଦ୍ର ମେହେର, ଦୀପକ ପଣ୍ଡା, ସୁମନ ନନ୍ଦ, ତେଜରାଜ ଚୌଧୁରୀ, ସ୍ୱରୂପ ଦାଶ, ଶମ୍ଭୁ ଚୋପଦାର, ରାଜୁ ଦାଶ, ଆଶୀର୍ବାଦ ସାହୁ, ବୀରସେନ ସାହୁ, କୁନା ବାଗ, ଦେବାଶିଷ ଲେଙ୍କା, ଅସରଫ୍‌ ଅଲ୍ଲି ଖାନ, ଗୋଲାପ ବାଗ, ମୁନୁ ପୋଢ଼, ଜିତେନ୍ଦ୍ର ସ୍ୱାଇଁ, ଧୀରୁ ବନ୍‌ଛୋର୍‌, ଅକ୍ଷୟ ବନ୍‌ଛୋର୍‌, ଭରତ ସେଠ୍‌, ସତ୍ୟ ନାୟକ, ସଂଜୀବ ନାଥ, ନିଳାଦ୍ରୀ ସିଂହ, ମୁନା ଖାନ, ଶମ୍ଭୁ ନାଗ, ବାସନ୍ତୀ ସିଂବୁଡେ଼କ୍‌, ରଂଜନା ମହାନ୍ତି, ଉମା ସିଂ, ଶୈଳେନ୍ଦ୍ର ସାହୁ, ଅନ୍ତର୍ଯ୍ୟାମୀ ଭୋଇ, ମଂଟୁ ଖମାରୀ, ଦୀପକ ବେହେରା, ସୁନୀଲ ମେହେର, ଅମୃତ ପଣ୍ଡା, ଅଶ୍ୱିନୀ ପୁଟେଲ, ଶିବ ସାହୁ, ପ୍ରଦୀପ ଗୁରୁ, ଶାନ୍ତନୁ ଭୋଇ, ସଂଜୟ ଶେଖର ଦେଓ, ନିତେଶ ଅଗ୍ରୱାଲ, ପ୍ରଦୀପ ପରୁଆ, ସୁରେଶ ନାଏକ, ବିଷ୍ଣୁ ପଟେଲ, ଦିଲୀପ ବାରିକ, ପାଣ୍ଡବ କୁମ୍ଭାର, ସନ୍ତୋଷ ପ୍ରଧାନ, ନରହରି ରାଉତ, ବନମାଲି ବାଗ, ସମୀର କୁମାର ପ୍ରମୁଖ ସହଯୋଗ କରିଥିଲେ । ଏହିସବୁ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରିଚାଳନା କରିଥିଲେ ଜିଲ୍ଲା ଆଇଟି ସଂଯୋଜକ ବିଭୂତିଭୂଷଣ ମିଶ୍ର । ତେବେ ଏଭଳି କରୋନା ସଂକ୍ରମଣ ସମୟରେ ବ୍ଲଡବ୍ୟାଙ୍କ ଓ ଡାକ୍ତରଖାନାରେ ରକ୍ତର ଅଭାବ ଦେଖା ଦେଉଥିବା ବେଳେ ଜୀବନ ବିନ୍ଦୁରେ ସଂଗୃହୀତ ଏହି ୫୩୭ ୟୁନିଟ୍‌ ରକ୍ତ ବରଦାନ ସଦୃଶ ପ୍ରମାଣିତ ହେବ ବୋଲି ବିଶ୍ୱାସ କରାଯାଉଛି ।

Leave A Reply

Your email address will not be published.