ବଲାଙ୍ଗିର ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକମାନେ ତୀର୍ଥ ଯାତ୍ରାରେ ବାହାରିଛନ୍ତି । ସ୍ଥାନୀୟ ପର୍ଯ୍ୟଟନ ଅଫିସରେ ମଧ୍ୟାହ୍ନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନ। ଦେବାସହ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ସେମାନେ ବସ ଯୋଗେ ସମ୍ବଲପୁର ଅଭିମୁଖେ ବାହାରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେଶ ନାଏକ ସବୁଜ ପତାକା ଦେଖେଇ ଏହି ଯାତ୍ରା ଆରମ୍ଭ କରାଯାଇଥିଲା । ଆସନ୍ତା କାଲି ସେମାନେ ସ୍ଵତନ୍ତ୍ର ଟ୍ରେନରେ ସମ୍ବଲପୁରରୁ ଯାତ୍ରା ଆରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୦୬ ତାରିଖ ରୁ ୧୧ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରୀମାନେ ତୀର୍ଥ ଭ୍ରମଣ କରିବେ । ୫ ଦିନର ଏହି ଯାତ୍ରାରେ ଏହି ଯାତ୍ରୀମାନେ କୋଲକାତା ଏବଂ କାମାକ୍ଷା ଦେବୀ ମନ୍ଦିର ବୁଲିବେ । ଉଭୟ ଅନଲାଇନ ଓ ଅଫ୍‌ଲାଇନରେ ବରିଷ୍ଠ ନାଗରିକମାନେ ନିଜକୁ ପଞ୍ଜୀକୃତ କରିଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ତଥା ସହକାରୀ ନିର୍ଦ୍ଦେଶକ ରବିନ୍ଦ୍ର ଦଳେଇଙ୍କ ନେତୃତ୍ଵରେ ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା ହୋଇଛି । ଏଥିରେ ୭୭ ଜଣ ବ୍ୟକ୍ତିଗତ ରୂପେ ଏବଂ ୩୮ ଜଣ ଦମ୍ପତି ସମୁଦାୟ ୧୫୩ ଜଣ ଗ୍ରସ୍ତ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ୬୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ ନାଗରିକମାନଙ୍କୁ ଦୁଇଟି ପର୍ଯ୍ୟାୟରେ ତୀର୍ଥ କରିବାର ସୁଯୋଗ ମିଳିବ । ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୦୬ ତାରିଖ ରୁ ୧୧ତାରିଖ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଗାମୀ ଫେବୃଆରୀ ୧୯ ତାରିଖ ରୁ ୨୪ ତାରିଖ ଏହି ତୀର୍ଥ ଯାତ୍ରା ହେବ । ଜିଲ୍ଲାରୁ ୧୭୭ ଜଣ ଲେଖାଏଁ ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୫୪ ଜଣ ମନୋନୀତ ହେବେ । ୨୦୧୬ ରୁ ଆରମ୍ଭ ହେଇଥିବା ଏହି ଯୋଜନାରେ ରାଜ୍ୟରୁ କୋଡିଏ ହଜାରରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଉପକୃତ ହେଇଛନ୍ତି । ଯାତ୍ରାରେ ବାହାରିଥିବା ନାଗରିକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଡାକ୍ତରୀ ଦଳ, ଏସ୍କର୍ଟ ଅଫିସରମାନେ ନିଯୋଜିତ ହେଇଛନ୍ତି ।

Leave A Reply

Your email address will not be published.