ls

ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଗଠନ

sb

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଓଷ୍ଟା ଶିକ୍ଷକ ଭବନ ପରିସରରେ ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ବିଭିନ୍ନ ସଂଗଠନର କର୍ମକର୍ତ୍ତାଙ୍କ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୨୦୦୬ ମସିହା ପୂର୍ବରୁ ଅବସର ନେଇଥିବା ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ କମ୍‌ ପେନସନ ଉପରେ ଆଲୋଚନା କରାଗଲା । ସଭାରେ ଉଦ୍ୟୋକ୍ତା ବଲାଙ୍ଗିର ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ସଂଗଠନର ସଂପାଦକ ପୁରନ୍ଦର ଦାଶ ୨୦୦୬ ପୂର୍ବ ପେନସନ ସମ୍ବନ୍ଧୀୟ ବିବରଣୀ ସହ ସୁପ୍ରିମକୋର୍ଟ କିପରି ଗ୍ରେଡ ପେ ସହ ଓ ଦରମା ମିଶାଇ ପର ୫୦% ପେନସନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ତାର ଅବତାରଣା କଲେ, ମାତ୍ର ରାଜ୍ୟ ସରକାର ଏହାକୁ ଅନ୍ୟ ପ୍ରକାରେ ପେନସନ ଦେଉଛନ୍ତି । ଏଣୁ ଏଥି ପାଇଁ ନ୍ୟାୟ ଆଶ୍ରୟ ନେବାକୁ ହେବ ବୋଲି ଉଲ୍ଲେଖ କରିଥିଲେ । ଆଜିର ସଭାରେ ଅବସରପ୍ରାପ୍ତ କର୍ମଚାରୀ ସଂଗଠନର ନିଳମଣି ମିଶ୍ର, ଜୟକୃଷ୍ଣ ଦାଶ ଶର୍ମା ଓ ବୃନ୍ଦାବନ ବରାଳ ଓ ଅମଳା ସଂଘର ପ୍ରଭାକର ମିଶ୍ର, ସରକାରୀ ମାଧ୍ୟମିକ ଶିକ୍ଷକ ସଂଘର ବ୍ରଜରାଜ ପୁରୋହିତ, ୟୁଜିଏମ୍‌ଇ ଶିକ୍ଷକ ସଂଗଠନର ଗୋବିନ୍ଦ ମିଶ୍ର ଓ ପ୍ରଶନ୍ନ କୁମାର ମିଶ୍ର, ମାଧ୍ୟମିକ ଶିକ୍ଷକ ସଂଘର ସର୍ବଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ପଦ୍ମଚରଣ ଆଚାର୍ଯ୍ୟ, ବନମାଲି ପାଣିଗ୍ରାହୀ, ଶଙ୍କର ହୋତା, ରାଏମନ କୁମ୍ଭାର, ରବି ନାରାୟଣ ମହାନ୍ତି, ସୁଶ୍ରୀ ଶାନ୍ତିଲତା ବହିଦାର, ଛାୟାକାନ୍ତ ସାହୁ ଆଦି ଯୋଗଦାନ କରିଥିଲେ । ଶେଷରେ ପୁରନ୍ଦର ଦାଶ ଆବାହକ, ନିଳମଣି ମିଶ୍ର, ଜୟକୃଷ୍ଣ ଦାଶ ଶର୍ମା, ପ୍ରଭାକର ମିଶ୍ର, ପଦ୍ମ ଚରଣ ଆଚାର୍ଯ୍ୟ, ଗୋବିନ୍ଦ ମିଶ୍ର, ବ୍ରଜରାଜ ପୁରୋହିତ ଅବସରପ୍ରାପ୍ତ କର୍ମଚାରୀ ମିଳିତ ମଂଚ ଗଠନ କରାଯାଇଥିଲା ।

pc pk
Leave A Reply

Your email address will not be published.