centurian jitm

ତୃଣମୂଳ ସ୍ତରରେ ପ୍ରାକ୍ ବଜେଟ ବିମର୍ଶ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ତୃଣମୂଳ ସ୍ତରରେ ରହିଛି ଅନେକ ସମସ୍ୟା । ଯାହାକି ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ ଆର୍ଥିକ ବ୍ୟବସ୍ଥା ନ କଲେ ଦୂର କରାଯାଇପାରିବ ନାହିଁ । ଏଣୁ ପ୍ରାକ୍ ବଜେଟ ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ନୂଆଦିଲ୍ଲୀସ୍ଥିତ ସିବିଜିଏ ଓ ଭୁବନେଶ୍ଵରସ୍ଥିତ ସିୱାଇ ଏସ୍‌ଡି ଦୁଇ ସଂସ୍ଥା ଦ୍ୱାରା ବଲାଙ୍ଗିରର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି। ସିବିଜିଏଓ ସିୱାଇ ଏସ୍‌ଡି କେନ୍ଦ୍ର ତଥା ରାଜ୍ୟସ୍ତରରେ ଏଭଳି କାର୍ଯ୍ୟକ୍ରମ ବିଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହାକୁ ଆୟୋଜନ କରି ଆସୁଛନ୍ତି । ଆଲୋଚନା ଚକ୍ରରେ ଜିଲ୍ଲାର ବୁଦ୍ଧିଜୀବୀଙ୍କ ସମେତ, ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ, କୃଷକ ସଂଘ, ଏଫ୍‌ପିଓ ସ୍ଵୟଂ ସହାୟକ ଗୋଷ୍ଠୀ ତଥା ପଞ୍ଚାୟତିରାଜ ପ୍ରତିନିଧି ବୃନ୍ଦ ଅଂଶ ଗ୍ରହଣ କରିଥିଲେ । ଆଲୋଚନାର ଆଭିମୁଖ୍ୟ ଶ୍ରୀମତୀ ଅନିଶା ଅନୁସ୍ତୂପା ଉପସ୍ଥାପନା କରି, ଏହି ଆଲୋଚନାରୁ ମିଳିବାକୁ ଥିବା ତୃଣମୂଳ ସ୍ତରର ବିମର୍ଶ ଓ ମତାମତ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ପ୍ରାକ୍ ବଜେଟ ବିତର୍କରେ ଉପସ୍ଥାପନ କରାଯିବ । କୃଷି ଓ ସାମାଜିକ ସୁରକ୍ଷା ପରି କ୍ଷେତ୍ର ସଂପର୍କରେ ହୋଇଥିବା ଆଲୋଚନାରେ ଜିଲ୍ଲାରେ କୃଷି ଭିତ୍ତିକ ଉଦ୍ୟୋଗର ପ୍ରତିଷ୍ଠା, ମହୁଲ ତଥା ଜଙ୍ଗଲଜାତ ଦ୍ରବ୍ୟର ସଠିକ ବିନିଯୋଗ, କୃଷି ଉତ୍ପାଦନର ବଜାର ଓ ସଂରକ୍ଷଣର ବ୍ୟବସ୍ଥାରେ ଉନ୍ନତି ଆଣିବା, ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ପାଇଁ ବଜେଟରେ ବିଭିନ୍ନ ଆର୍ଥିକ ବ୍ୟବସ୍ଥା କରାଯିବା ସହିତ ସ୍ଥାନୀୟକରଣ ଭିତ୍ତିରେ ଯୁବକମାନଙ୍କୁ କୌଶଳ ବିକାଶ ପାଇଁ ବ୍ୟବସ୍ଥା କରିବା ସଂପର୍କରେ ମତ ପ୍ରକାଶ ପାଇଥିଲା । ବରିଷ୍ଠ ନାଗରିକମାନଙ୍କ ପାଇଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସାମାଜିକ ସୁରକ୍ଷା ଭତ୍ତାରେ ସଠିକ ହିତାଧିକାରୀଙ୍କ ଚିହ୍ନଟ ଓ ସେ ପରିମାଣକୁ ନିଜ ଅଞ୍ଚଳର ମୁଦ୍ରାସ୍ଫୀତି ସହିତ ଯୋଡିବା, ବଜେଟରେ ଜିଲ୍ଲାର ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକ ଯେଭଳି ସୁପରିଚାଳିତ ହେବ ତାହାର ପ୍ରାବଧାନ ରହିବା ପ୍ରଭୁତି ବିଷୟମାନଙ୍କ ଉପରେ ବିସ୍ତୃତ ରୂପେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମକୁ ସୂଚାରୁରୂପେ ସମ୍ପାଦନ ନିମନ୍ତେ ସାଇ ପ୍ରସାଦ ସାମଲଙ୍କ ଯୋଗଦାନ ରହିଥିଲା । ଆଶିଷ କୁମାର ଜାଲି ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁର ସଂପାଦକ ପ୍ରଶାନ୍ତ କୁମାର ନାୟକ ଆଲୋଚନାଚକ୍ରକୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଜ୍ଞାପନ କରି ସଭା ସାଙ୍ଗ କରିଥିଲେ । ସନ୍ଦୀପ କୁମାର କୁଅଁର, ଜିଲ୍ଲା ଯୋଜନା ବିଶେଷଜ୍ଞ ଲଳିତ ରଂଜନ ମହାପାତ୍ର, ମଧୁସୂଦନ ଖେତି, ବିଭୁଦତ୍ତ ମିଶ୍ର, ଅନୁଗ୍ରହ ନନ୍ଦ, ନରେଶ ସାହୁ, ମହାଶକ୍ତି ଏଜେସ୍‌ ଏ ଆଶା କୁଳମଣି ସାହୁ, ଗୁପ୍ତ ବିଗୋପ ପରିଡ଼ା, ଜୋନାଲ ସଂଯୋଜକ ପ୍ରେମଲାଲ ମାଝୀ, ପ୍ରମୋଦ ବାରିକ, ସିୱାଇ ଏସ୍‌ଡିର କର୍ମକର୍ତ୍ତା ହୃଷିକେଶ ବାଗ, ବିଜେପୁର ସରପଞ୍ଚ ଗୋପାଳ ତାଣ୍ଡି, ବାନ୍ଦୁପଲା ସରପଞ୍ଚ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ପଲ୍ଲୀ ଆଲୋକ ପାଠାଗାରର କାର୍ଯ୍ୟକ୍ରମ ସଂଯୋଜକ ହୀରାଲାଲ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.