ରାଜସ୍ୱ ସବ୍ ଡ଼ିଭିଜନ ମାନ୍ୟତା ଦାବୀରେ ବୈଠକ

କଳାହାଣ୍ଡି, (ହେମନ୍ତ ସାହୁ) : ମ.ରାମପୁରକୁ ରାଜସ୍ୱ ମାନ୍ୟତା ଦାବୀରେ ଆଜି ଏକ ବୈଠକ ନୁନପୁର ଗ୍ରାମପଂଚାୟତ ସଭାଗୃହଠାରେ ରାଜସ୍ୱ ଡ଼ିଭିଜନ ମାନ୍ୟତା ଦାବୀରେ ପ୍ରକାଶଚନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହେଇ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପଦ୍ମନ ପାତ୍ର, ଲୋଚନ ଧରୁଆ, ବିଭୂତି ଭୂଷଣ ମହାଖୁଡ଼, ରୁଦ୍ର ପ୍ରତାପ ସିଂହ, ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ପଣ୍ଡକାମାଲ ସରପଂଚ ତଥା ସରପଂଚ ସଂଘ ସଭାପତି କାମଦେବ ସାହୁ, ସତ୍ୟଜିତ ଚାଟାର୍ଜୀ, ଚମରା ବଗର୍ତ୍ତୀ, ରାଜକିଶୋର ମାଝୀ, ଲିଙ୍ଗରାଜ ପାତ୍ର, ଚନ୍ଦ୍ରମଣି ରଣା, ସକ୍ରୀ ମାଝୀ, ହରିଶ୍ଚନ୍ଦ୍ର ମାଝୀ, ଉପେନ୍ଦ୍ର ପାତ୍ର, ପ୍ରେମ ସାଗର ନାଏକ ପ୍ରମୁଖ ଉପସ୍ଥିତ ରହି ଆଗାମୀ ଦିନରେ ମ.ରାମପୁରକୁ ରାଜସ୍ୱ ସବଡ଼ିଭିଜନ ମାନ୍ୟତା ଦାବୀରେ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନେବା ଦିଗରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.