oom

ଜବରଦଖଲ ସମସ୍ୟା ଓ ବନ୍ଧର ଉନ୍ନତି ନିମନ୍ତେ ବୈଠକ

jsmm

ସମ୍ବଲପୁର : ସମ୍ବଲପୁରର ବୁଢ଼ାରଜା ସ୍ଥିତ ଭୀମଭୋଇ ନଗର ଉନ୍ନୟନ କମିଟି ପକ୍ଷରୁ ଅଞ୍ଚଳର ଦୈନିକ ବଜାର ନିକଟରେ ଜବରଦଖଲ ଓ ଦୋରା ବନ୍ଧର ଉନ୍ନତି ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରବିବାର ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭୀମଭୋଇ ଦୈନିକ ବଜାର ନିକଟରେ ଜବରଦଖଲ କରି ଘରଦ୍ୱାର ଓ ଦୋକାନ କରି ରହୁଥିବା ବ୍ୟକ୍ତିମାନେ ଭବିଷ୍ୟତର ବିପଦ ହୋଇଥିବାରୁ ନିଗମର କାର୍ଯ୍ୟକାରୀ ବିଭାଗକୁ ବାରମ୍ବାର ଅବଗତ କରାଯାଇଛି ବୋଲି ସୂଚନା ଦିଆଯାଇଥିଲା ।

କିନ୍ତୁ ନିଗମରେ ଅଫିସର ରାଜ ଚାଲିଥିବାରୁ ସମସ୍ୟା ଉପରେ ଧ୍ୟାନ ନ ଦେଇ ଭବିଷ୍ୟତର ସାମାଜିକ ଗୋଷ୍ଠୀଙ୍କୁ ପ୍ରଶାସନ ବିପଦଗାମୀ କରୁଛି । ସରକାରୀ କିମ୍ବା ନିଗମର ମୂଲ୍ୟବାନ ସମ୍ପତ୍ତି ଗୁଡିକର ସୁରକ୍ଷା କରିବା ପରିବର୍ତ୍ତେ ସମ୍ବଲପୁର ମହାନଗର ନିଗମ କୌଣସି କାର୍ଯ୍ୟ ନ କରି ସ୍ଥାଣୁ ହୋଇ ରହିଛି ବୋଲି ବୈଠକରେ ମତପ୍ରକାଶ ପାଇଛି । ବୈଠକରେ ସଞ୍ଜୟ ବାବୁ, ସୁଶାନ୍ତ କୁମାର ଡନସନା, ବବୃବାହନ ଭୋଇ, ଅମୂଲ୍ୟ କୁମାର ମିଶ୍ର, ପ୍ରକାଶ କୁମାର ମହାପାତ୍ର, କୌଳାସ ଚନ୍ଦ୍ର ସାହୁ, ସୁବାଷ ବାରିକ, ଅଶୋକ କୁମାର ମିଶ୍ର, ଅଜୟ କୁମାର ସିଂହ, ଅଶୋକ କୁମାର ଦାଶ, ମାନସ ରଞ୍ଜନ ଶତପଥୀ, ଗୋପାଳ ମହାନନ୍ଦ, ସୁରଜ ମୁଣ୍ଡା, ପି. କେ. ହୋତା, ମନୋଜ କୁମାର ଦାସ, ସୁରେନ୍ଦ୍ର କୁମାର ଦାସ, ନିକାଞ୍ଚଳ ପ୍ରଧାନଙ୍କ ସମେତ ଅନେକ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.