oom

ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

jsmm

କଳାହାଣ୍ଡି, (ପି.କେ. ସାହୁ) : ଭବାନୀପାଟଣା ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଡ଼କ ପରିବହନ ଅଧିକାରୀ ରାମ ନିବାସ ସିର୍କା ଏଜେଣ୍ଡା ଅନୁଯାୟୀ ସଭା ପରିଚାଳନା କରିଥିଲେ । ଏନ୍ ଏଚ ୨୬ ଓ ଅନ୍ୟ ରାସ୍ତାରେ ଘଟିଥିବା ଦୁର୍ଘଟଣା ସ୍ଥଳକୁ ଯୁଗ୍ମ ବୈଷୟିକ କମିଟି ପରିଦର୍ଶନ କରି ଦାଖଲ କରିଥିବା ରିପୋର୍ଟରେ ଆବଶ୍ୟକ ସାଇନ୍ ବୋର୍ଡ ମରାମତି, ସତର୍କତା ସାଇନ୍ ବୋର୍ଡ, ବେଗ ପରିସୀମା ବୋର୍ଡ, ସୋଲାର ବ୍ଲିଙ୍କର, ରମ୍ୱଲର, ଓଡିଆ ଲିଖିତ ସାଇନ୍ ବୋର୍ଡ, ସଡ଼କ ସୁରକ୍ଷା ସାଇନ ବୋର୍ଡ ଉପରେ ଶୀଘ୍ର ପଦକ୍ଷେପ ନେବାକୁ ଆର୍ ଡି, ଆର୍ ଏଣ୍ଡ ବି ଓ ଏନ୍ ଏଚ ନିର୍ବାହୀ ଯନ୍ତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପଟେଲ ନିର୍ଦ୍ଦେଶ ଦେଇଥିଲେ । ମଦ ପିଇ ଗାଡ଼ି ଚାଳନା, ଅତ୍ୟଧିକ ଗତି, ମୋବାଇଲ ବ୍ୟବହାର ପୂର୍ବକ ଗାଡ଼ି ଚାଳନା, ବିନା ହେଲମେଟ ଓ ସିଟ୍ ବେଲ୍ଟରେ ଗାଡି ଚାଳନା, ଅତ୍ୟଧିକ ଓଜନ ତଥା ଅଧିକ ଯାତ୍ରୀ ନେଇ ଗାଡ଼ି ଚାଳନା, ସିଗ୍ନାଲ ଜମ୍ପିଂ ଅପରାଧକୁ ରୋକିବା ନିମନ୍ତେ ପୋଲିସ ଓ ଆର୍ ଟି ଓ ବିଭାଗ ତରଫରୁ ଯାଞ୍ଚ କରାଯାଉଛି । ଏହି ଅପରାଧରେ ୫୫୧ଟି କେସ୍‌ରୁ ୬୦ ଜଣଙ୍କ ଡି ଏଲ୍ ଲାଇସେନ୍ସ ବାତିଲ କରାଯାଇଛି । କେବଳ ମାର୍ଚ୍ଚ ୨୦୨୨ ମାସରେ ଆର୍ ଟି ଓ ତରଫରୁ ବିନା ହେଲମେଟ ଓ ଅତ୍ୟଧିକ ବେଗ ଅପରାଧରେ ୧୭ ଜଣଙ୍କ ଡି ଏଲ୍ ଲାଇସେନ୍ସ ରୁଦ୍ଧ କରାଯାଇଛି । ଏନ୍ ଏଚ ୨୬ରେ ୯ଟି ବ୍ଲାକ ସ୍ପଟ୍‌ରେ ସମସ୍ତ ସାଇନ୍ ବୋର୍ଡକୁ ସୁନିଶ୍ଚିତ କରିବା ତଥା ଅହରହ ପୋଲିସ ପେଟ୍ରୋଲିଂ କରିବାକୁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଲୋକଙ୍କ ମଧ୍ୟରେ ଏହି ରାସ୍ତା ଦୁର୍ଘଟଣାରେ ଜୀବନ ହାନି, ପଙ୍ଗୁ ହୋଇଯିବା ଓ ପରିବାର ପାଇଁ ସମସ୍ୟାକୁ ସମସ୍ତେ ହୃଦୟଙ୍ଗମ୍ କରିବା ସହ ସଡ଼କ ସୁରକ୍ଷା ନିୟମ ମାନି ଗାଡ଼ି ଚଳାଇବାକୁ ଓ ରାସ୍ତାରେ ସତର୍କତା ସହ ଚାଲିବାକୁ ଏ ସମ୍ଭଧୀୟ ବିଶେଷ କାର୍ୟକ୍ରମ କରିବାକୁ ଆର୍‌ଟିଓଙ୍କୁ ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆର୍ ଡି, ଆର୍ ଏଣ୍ଡ ବି, ଏନ ଏଚ ବିଭାଗର ନିର୍ବାହୀ ଯନ୍ତ୍ରୀ,ସି ଡ଼ି ଏମ ଓ, ଇ ଓ, ପୌରପରିଷଦ, ଭବାନୀପାଟଣା/ ଧର୍ମଗଡ଼/କେସିଙ୍ଗା, ଅବକାରୀ ଅଧିକ୍ଷକ, ଡି ଆଈ ପି ଆର୍ ଓ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.