ଦୁର୍ଗେଇଖୋଲ ଯାତ୍ରାର ଦ୍ବିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ମିଠାପାଲ ଗ୍ରାମ ପଞ୍ଚାୟତ ମନଭଙ୍ଗ ଡେମ ଠାରେ ମାଁ ଦୁର୍ଗେଇ ଦେବୀଙ୍କ ପରିଚାଳନା କମିଟି ତରଫରୁ ଦ୍ବିତୀୟ ପ୍ରସ୍ତୁତି ବୈଠକ ଶ୍ରୀ ରଣଜିତ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆସନ୍ତା ଡିସେମ୍ବର ମାସ ମାର୍ଗଶୀର ପୂର୍ଣ୍ଣିମା ଦିନ ତା ୩୦/ ୧୨ ରୁ ତା ୩୧ ୵ ୧୨ ରିଖ ଦୁଇ ଦିନ ଧରି ମାଁ ଦୁର୍ଗେଇଖୋଲ ଯାତ୍ରା ପାଳନ କରାଯିବା ବିଷୟ ଆଲୋଚନା କରାଯାଇଥିଲା । ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏକ ଯୁବ ବାହିନୀ ଗଠିତ ହୋଇ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଛି । ଭକ୍ତ ମାନେ ଦୁର୍ଗେଦେବୀଙ୍କୁ କିଭଳି ଦର୍ଶନ ଲାଭ କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ । କୋଭିଡ – ୧୯ ନିୟମ କୁ ଅନୁ ପାଳନ କରି ଯାତ୍ରା ପାଳନ କରାଯିବ ବୈଠକରେ ନିଷ୍ପତ୍ତି ଗ୍ରହଣ କରିଥିଲେ । ଯାତ୍ରା ସମୟରେ ଦୁଇଦିନ ଧରି ମଦପାନ ନ କରିବାକୁ ବୈଠକରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ହୋଇ ଯାଇଛି । ଏହି ଦ୍ବିତୀୟ ପ୍ରସ୍ତୁତି ବୈଠକ ଦୁର୍ଗା ଦେବୀ ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ତେ, ପୂଜକ ନବୀନ ମଲ୍ଲିକ,ଅନୁରୁଦ୍ଧ ମଲ୍ଲିକ, ନକୁଳ ମଲ୍ଲିକ, ତ୍ରିନାଥ ମଲ୍ଲିକ ଓ ଗୋଲାଫ ଦାଶ, କପୁର୍ଚନ ମଲ୍ଲିକ, ଯୋଗୀ ମଲ୍ଲିକ, ହୀରନ ମଲ୍ଲିକ, ଟିକେଲାଲ ମାହାର, ଅଲେଖ ଧରୁଆ, ମହନ ମାଝୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଶେଷରେ ସଂପାଦକ ବେଣୁଧର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.