ଦେଓଗାଁ ବ୍ଲକରେ ବଲାଙ୍ଗିର ବିଧାୟକଙ୍କ ସମୀକ୍ଷା ବୈଠକ : ଠିକ୍ ଭାବେ ଚାଲୁନି ଉନ୍ନୟନ କାମ, ପଡ଼ିରହିଛି ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ- ବଲାଙ୍ଗିର ବିଧାୟକ

ଦେଓଗାଁ,(ମନୀଷ କୁମାର ସାହୁ): ମଙ୍ଗଳବାର ଦିନ ୧୧ଟା ସମୟରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବ୍ଲକରେ ଚାଲିଥିବା ଉନ୍ନୟନ କାମର ସମୀକ୍ଷା କରିଥିଲେ। ଏହି ବୈଠକରେ ଦେଓଗାଁ ବିଡିଓ ରୁଦ୍ର ପ୍ରସାଦ ସୁନା, ତହସିଲଦାର ନାରାୟଣ ସାହୁଙ୍କ ସହ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଯୋଗାଣ ନିରୀକ୍ଷକ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ସହ ବିଧାୟକ ପ୍ରତିନିଧୀ କାନ୍ତେଶ୍ବର ପଧାନ ଓ ସମସ୍ତ ବ୍ଳକ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରଥମେ ପାନୀୟ ଜଳ ଯୋଗାଣ ବିଷୟରେ ଆଲୋଚନା ହୋଇଥିଲା। ସରକାରୀ ତଥ୍ୟ ଅନୁସାରେ ଦେଓଗାଁ ବ୍ଳକର ୧୨୬ଟି ଗାଁ ମଧ୍ୟରୁ ୮୨ଟି ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ହେଉଥିବା ରେକର୍ଡ଼ କରାଯାଇଥିବା ବେଳେ ୬୬ଟି ଗାଁକୁ ପାନୀୟ ଜଳ ଯୋଗାଣ ହେଉଛି ବୋଲି ଉପସ୍ଥିତ କନିଷ୍ଠ ଯନ୍ତ୍ରୀ କହିବାରୁ ସରକାରୀ ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବିଧାୟକ ଶ୍ରୀ ମିଶ୍ର ଦୀର୍ଘ ୬ବର୍ଷ ହେଲା ଦେଓଗାଁ ଓ କଛାରପାଲି ଗାଁକୁ ସମ୍ପୂର୍ଣ୍ଣ ଜଳ ଯୋଗାଣ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନାହିଁ, ଆଉ କେତେ ବର୍ଷ ଲାଗିବ ବୋଲି ଯନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ସେହିପରି କୁତୁର୍ଲା ମଣ୍ଡିରେ ଧାନ ବିକ୍ରୟକୁ ନେଇ ଦେଖାଯାଇଥିବା ଅନିୟମିତତା ଉପରେ ଯୋଗାଣ ନିରୀକ୍ଷକଙ୍କୁ ପଚାରି ବୁଝିଥିଲେ ଏବଂ ଫଲ୍ସ ଏଣ୍ଟ୍ରି ବିଷୟରେ ଗଣମାଧ୍ୟମରେ ପ୍ରକାଶିତ ହୋଇଚି, ଏହାର ସବିଶେଷ ତଥ୍ୟ ୨ଦିନ ମଧ୍ୟରେ ଦେବାକୁ ନିର୍ଦେଶ ଦେଇଥିଲେ ଯୋଗାଣ ନିରୀକ୍ଷକଙ୍କୁ। ଚାଷୀ ଏଫଏକ୍ୟୁ ମାନର ଧାନ ଆଣୁନଥିବାରୁ କ୍ବିଣ୍ଟାଲ ପ୍ରତି ୪କେଜି କଟନି ହେଉଛି ବୋଲି ଯୋଗାଣ ନିରିକ୍ଷକ ବିଧାୟକଙ୍କ ସମ୍ମୁଖରେ ସ୍ବୀକାର କରିଥିଲେ ।

Leave A Reply

Your email address will not be published.