foot

ବନାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ସଚେତନତା ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ପଦ୍ମପୁର ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ବନାଞ୍ଚଳ ସ୍ତରୀୟ ବନାଗ୍ନି ନିରାକରଣ ସଚେତନତା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା ସଭାପତିତ୍ୱ କରିଥିବା ବେଳେ କୁଧରେନପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରକୃତି ମିତ୍ର ସୁବାସ ସାହୁ, ଅଗ୍ନିଶମ ବିଭାଗ ଅଧିକାରୀ ଗୌରୀ ଶଙ୍କର ପ୍ରଧାନ, ଗାଇସିଲେଟ କେନ୍ଦୁଲିଭ ବିଭାଗର ବନପାଳ ପ୍ରଦୀପ ଭୋଇ, ଜମରତଲା ସରପଞ୍ଚ ବିଦୁଭୂଷଣ ଚାନ୍ଦ ଏବଂ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚମାନେ ଯୋଗଦାନ କରି ତାଙ୍କର ସୁଚିନ୍ତିତ ମତାମତ ରଖିଥିବା ବେଳେ ଶ୍ରୀମାନ ସୁବାସ ସାହୁ ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା ଜଙ୍ଗଲ କ୍ଷତି ସହିତ ତାହା ପରିବେଶ ଉପରେ କିପରି ପ୍ରଭାବ ପକାଉଛି ଆଲୋକପାତ କରିବା ସହ ବନ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଜମରତଲା ସରପଞ୍ଚ ଶ୍ରୀ ଚାନ୍ଦ ଆଗାମୀ ଦିନରେ ଗ୍ରାମାଞ୍ଚଳ ସ୍ତରରେ ଜନ ସଚେତନତା କରିବା ପାଇଁ ଦୃଷ୍ଟି ଗୋଚର କରିଥିଲେ । ଉପସ୍ଥିତ ଥିବା ବିଭିନ୍ନ ଭି.ଏସ୍‌.ଏସ୍‌ର ସମସ୍ତ ସଭାପତିଗଣ ତାଙ୍କର ସୁଚିନ୍ତିତ ମତାମତ ରଖିଥିଲେ । ଅଗ୍ନିଶମ କାର୍ଯ୍ୟାଳୟରୁ ଆସିଥିବା ଭଗବାନ ଭୋଇ କବିତା ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବାର ବିଭିନ୍ନ କାରଣ ଲୋକମାନଙ୍କୁ ଅବଗତ କରାଇଥିଲେ । ପଦ୍ମପୁର ବନାଞ୍ଚଳ ଅଧିକାରୀ ଚଳିତ ସଂସ୍କରଣରେ ଜଙ୍ଗଲ ନିଆଁକୁ କିପରି ଆୟତ୍ତ କରିବା, ତା’ ପାଇଁ କରାଯାଇଥିବା ଯୋଜନା, କିପରି ବନ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଛି, ଜଙ୍ଗଲ ନିଆଁର ସୂଚନା କିପରି ସମସ୍ତେ ପାଇଥାନ୍ତି ତାହା ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥିତ ସଦସ୍ୟ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜଗଦଲପୁର ବନପାଲ ରାଧାକାନ୍ତ କୁମ୍ଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜି.ଭି.ଏସ୍‌ ତରଫରୁ ର୍କ୍ୟାରତ ପ୍ରକାଶ ହୋତା ସଭା ପରିଚାଳନା କରିଥିଲେ । ବନପାଲ ସରୋଜ ସାହୁ, ଦିବାକର ପ୍ରଧାନ, ଅଶ୍ଵିନୀ ଭୋଇଙ୍କ ସହିତ ସମସ୍ତ ଗଜସାଥୀ ସ୍କ୍ୱାର୍ଡ ଓ ସମସ୍ତ ବନରକ୍ଷୀ ଉପସ୍ଥିତ ରହି ସାହାଯ୍ୟ କରିଥିବା ବେଳେ ପରିଶେଷରେ ବନପାଲ ସରୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.