ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ କୋକଡୁଙ୍ଗୁରୀଠାରେ ବୁଡୁକା ପ୍ରଗଣା ଆଦି କନ୍ଧ ସମାଜ ଡ଼ଙ୍ଗରପଡା ଶାଖା ସଭାପତି ଲଳିତ ଯାନୀଙ୍କ ସଭାପତିତ୍ୱରେ କନ୍ଧ ସମାଜର ଏକ ସଚେତନ ମୂଳକ ସଭା ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ଇଷ୍ଟ ଦେବୀ ମା’ ଜାଡେନଙ୍କ ପୂଜାର୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ବୈଠକରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ଉପ ସଭାପତି ସୁରେଶ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜର ସାମଗ୍ରିକ ବିକାଶ ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସାଧାରଣ ସମ୍ପାଦକ ଡିଙ୍ଗର ଭୋଇ ତାଙ୍କ ବକ୍ତବ୍ୟରେ ସମାଜ ପ୍ରଥା ପରମ୍ପରା ତଥା ପରିବେଶ ଜଳ ଜଙ୍ଗଲ ଜମିର ଲଢେଇ ହେବ ବୋଲି ଅଭିଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଯୁବ ସଂଗଠନର ସଭାପତି ବ୍ରଜ ଭୋଇ, କାର୍ଯ୍ୟକାରୀ ସଭାପତି କୁବେର ଭୋଇ, ତୁରେକେଲା ବ୍ଲକ ସଭାପତି ତିଳ ଭୋଇ, ଅର୍ଜୁନ ଭୋଇ, କପିଳାଶ ଭୋଇ, ବିପ୍ର ଯାନୀ, ଦିଗସନ ଭୋଇ, ଶ୍ରୀକର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଗଣା ସମ୍ପାଦକ ଡମ୍ବରୁଧର କୁଅଁର ସଭା ସଂଯୋଜନା କରିଥିବା ବେଳେ ମନୋଜ ଭୋଇ ଧନ୍ୟବାଦ୍ ଦେଇଥିଲେ ।