ଢେଙ୍କାନାଳ ବନଖଣ୍ଡ ଅଧିନ ଜଙ୍ଗଲରେ ବାଘଙ୍କ ବାସସ୍ଥଳୀ ଜମିଛି

• ଏହାକୁ ଜାତୀୟ ଅଭୟାରଣ୍ୟ ଘୋଷଣା କରିବାକୁ ବିଭିନ୍ନ ମହଲରେ ଦାବୀ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଢେଙ୍କାନାଳ ଜଙ୍ଗଲରେ ବାଘ ସଂଖ୍ୟା ବଢ଼ୁଛନ୍ତି । ଢେଙ୍କାନାଳ ବନଖଣ୍ଡ ଅଧିନ ଜଙ୍ଗଲରେ ୨ଟି କଲରାପତରିଆ ବାଘ ଠାବ ହୋଇଥିବା ନେଇ ବନବିଭାଗ ପ୍ରକାଶ କରିଛନ୍ତି । ଜଙ୍ଗଲ ଭିତରେ ଲାଗିଥିବା ବନ ବିଭାଗ ଟ୍ରାପ କ୍ୟାମେରାରେ ଠାବ ହୋଇଛନ୍ତି । ଏହି ଜଙ୍ଗଲରେ ବହୁସଂଖ୍ୟାରେ ବାଘ ରହିଛି । ବାଘର ସୁରକ୍ଷା ପାଇଁ କେଉଁ ରେଞ୍ଜ କେଉଁ ଜଙ୍ଗଲ କହିହେବ ନାହିଁ । ପୂର୍ବରୁ ବାଘ ଗଣତିରେ ବାଘ ସଂଖ୍ୟା ଥିଲା ୧୧ । ଏହି ଭିଡିଓରୁ ବାଘ ଅଧିକ ଥିବା ସ୍ପଷ୍ଟ ହୋଇଛି । ଢେଙ୍କାନାଳ ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀଙ୍କଠାରୁ ଏହି ସୂଚନା ମିଳିଛି । ଏହାକୁ ଜାତୀୟ ଅଭୟାରଣ୍ୟ ଘୋଷଣା କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.

error: Content is protected !!