oom

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ୱାସ୍ଥ୍ୟ ସେବା ଆୟୋଜନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସେବା ସଂସଦର ନିଷ୍ପତ୍ତି କ୍ରମେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ବଲାଙ୍ଗିର ବ୍ଲକ ଅଧିନସ୍ଥ ସିନଖମନ ମହନ୍ତ ଗିରିଧାରୀ ହାଇସ୍କୁଲ ପ୍ରାଙ୍ଗଣରେ ଜିଲ୍ଲା ଚିକିତ୍ସାଧାରୀଙ୍କ ନେତୃତ୍ୱରେ ଚୁଡାପାଲି ସ୍ୱାସ୍ଥ୍ୟକେନ୍ଦ୍ରର ଡା. ପ୍ରକାଶ ଦାଶ ଏବଂ କର୍ମଚାରୀଙ୍କ ସହ ସୁନେତ୍ରା ଯୋଜନାର ନୋଡାଲ ଅଫିସର ଚକ୍ଷୁ ବିଶେଷଜ୍ଞ ଡା. ଉଷା ଦାଶ ଯୋଗଦେଇ ପୂଜାର୍ଚ୍ଚନା କରି ଦିନ ୧୦ ଘଣ୍ଟାରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା ଆରମ୍ଭ ହୋଇଥିଲା । ଉକ୍ତ ଅସ୍ଥାୟୀ ଶିବିରରେ ୪ ଗୋଟି ପଂଚାୟତରୁ ପ୍ରାୟ ୨୫୦ରୁ ଅଧିକ ପୁରୁଷ, ମହିଳା, ଶିଶୁ ଚିକିତ୍ସାର ସୁଯୋଗ ପାଇଥିଲେ ଏବଂ ସମସ୍ତଙ୍କୁ ମାଗଣାରେ ଔଷଧ ଏବଂ ଆବଶ୍ୟକ ସ୍ଥଳେ ୬୬ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ସଂପୃକ୍ତ ପଂଚାୟତ ଏବଂ ହାଇସ୍କୁଲର କର୍ମଚାରୀଗଣ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ଉକ୍ତ ମହାନ କାର୍ଯ୍ୟରେ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର, ଉପଦେଷ୍ଟା ସୁବାଷ ଚନ୍ଦ୍ର ପଣ୍ଡା, ସହକାରୀ ସଂପାଦକ ଯଥା ବିଶ୍ୱାଲ, ଉପ-ସଭାପତି ଶିବ ଶଙ୍କର ଖୁଆସ, ଜ୍ୟୋସ୍ନା ନନ୍ଦ, କୋଷାଧ୍ୟକ୍ଷ ଶଶିଭୂଷଣ ପୁରୋହିତଙ୍କ ସହିତ କାର୍ଯ୍ୟକାରୀ ସଦସ୍ୟ ବିପିନ ପଣ୍ଡା, ଡା. ଉମା ପାତ୍ର, ସଭ୍ୟ ବିଭୁ ନନ୍ଦ, ମହିଳା ସଭ୍ୟା ପ୍ରତିମା ମିଶ୍ର ସ୍ୱାସ୍ଥ୍ୟ ସେବା କାର୍ଯ୍ୟରେ ଯୋଗଦେଇ ସଫଳ କରିଥିବାରୁ ସଭାପତି ଗୁରୁଶ୍ରୀ ଡ. ଘାସିରାମ ମିଶ୍ରଙ୍କ ଅନୁମୋଦନ କ୍ରମେ ସଂଘର ସଂପାଦକ ବସନ୍ତ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.