ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ

ବିଶାଖାପାଟଣା : ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଆନ୍ଧ୍ର ଓଡିଶା ସୀମାନ୍ତରେ ଥିବା ପୋଲିସର ସମସ୍ତ ଗତିବିଧି ସମ୍ପର୍କରେ ଦଳର ମୁଖିଆକୁ ସୂଚନା ଦେଉଥିବା ସହ ମାଓ ଦଳକୁ ରାତିରେ ସ୍ଥାନ ପରିବର୍ତ୍ତନ କରିବାରେ ଓ ଗୁଳିବିନିମୟ ସମୟରେ ମାଓବାଦୀଙ୍କୁ ପୋଲିସ ନିକଟରୁ ଖସିଯିବାରେ ସାହାଯ୍ୟ କରୁଥିବା ଏହି ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆଜି ବିଶାଖାପାଟଣା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ୩ଜଣ ମାଓବାଦୀମାନେ ହେଲେ ପାଙ୍ଗି ଜଗାରାଓ ଓରଫ ଶ୍ରୀନୁ, ପାଙ୍ଗି ମୁଗିରି ଓରଫ ବିଷ୍ନୁ, ବନ୍ତଳା ନାରାୟଣ ଓରଫ ସିଧୁ । ଏମାନେ ପ୍ରାୟ ୧୩ ବର୍ଷ ହେବ ମାଓ ଦଳରେ କାମକରୁଥିଲେ ଏମାନଙ୍କ ନାଁରେ ଓଡିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଥାନାରେ ୫୦ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ବେଳେ କିଛିଦିନ ପୂର୍ବେ ଲ୍ୟାଣ୍ଡମାଇନ ବିଛେଇ ୨ ଆଦିବାସୀଙ୍କ ମୃତ୍ୟୁ ଘଟଣାରେ ଏମାନେ ସମ୍ପୃକ୍ତ ଥିଲେ । ତେବେ ପୋଲିସ ନିକଟକୁ ଆସି ଏମାନେ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି ବିଶାଖାପାଟଣା ଗ୍ରାମାଞ୍ଚଳ ପୋଲିସ ଏସ.ପି. ବି. କ୍ରୀଷ୍ଣା ରାଓ ।

Leave A Reply

Your email address will not be published.