om academy

ନିମନ୍ତ୍ରିତ ଓଡିଶା ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ପାରାଦ୍ୱୀପ ବନ୍ଦର ପକ୍ଷରୁ ଆତିଥ୍ୟ ପ୍ରଦାନ

jsm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ ନୌସେନା ପକ୍ଷରୁ ଓଡିଶା ବିଧାୟକ ଓ ମନ୍ତ୍ରୀମାନଙ୍କୁ ଗୋଟିଏ ଦିନ ସମୁଦ୍ରରେ କାର୍ଯ୍ୟକ୍ରମକୁ ଡିସେମ୍ବର ୨୨ ତାରିଖ ମଙ୍ଗଳବାର ଦିନ ନିମନ୍ତ୍ରିତ କରାଯାଇଥିଲା । ଏଥିରେ ମନ୍ତ୍ରୀ ଓ ବିଧାୟକମାନେ ଭାରତୀୟ ନୌସେନାର ଯୁଦ୍ଧ କୌଶଳ ଦେଖିଥିଲେ । ଏହି ପରିପ୍ରେକ୍ଷୀରେ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସଂନ୍ଧ୍ୟାରେ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମ ଠାରେ ନିମନ୍ତ୍ରିତ ସମ୍ମାନିତ ଅତିଥିମାନଙ୍କୁ ଆତିଥ୍ୟ ପ୍ର୍ରଦାନ କରାଯାଇଥିଲା । ଏହି ଅବସରରେ ବନ୍ଦର ବିଦାୟୀ ଅଧ୍ୟକ୍ଷ ରିଙ୍କେଶ ରଏ ବନ୍ଦର ଅପରେସନ୍‌ ଏବଂ ଆଗାମୀ ପ୍ରକଳ୍ପ ଗୁଡିକ ବିଷୟରେ ଏକ ଉପସ୍ଥାପନା ପ୍ରସ୍ତୁତ କରିଥିଲେ । ଓଡିଶାର ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ର, ଉପବାଚସ୍ପତି ରଜନୀକାନ୍ତ ସିଂ, ସ୍ଥାନୀୟ ସାଂସଦ ଡା.ରାଜଶ୍ରୀ ମଲ୍ଲିକ ରାଜ୍ୟ ମନ୍ତ୍ରୀ ଓ ବିଧାୟଗଣ, ରାଜ୍ୟ ଓ ଜିଲ୍ଲା ପ୍ରଶାସନର ଅଧିକାରୀ, ବନ୍ଦର ଉପାଧ୍ୟକ୍ଷ, ଏ.କେ.ବୋଷଙ୍କ ସମେତ ବିଭାଗୀୟ ମୁଖ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବାଚସ୍ପତି ଶ୍ରୀ ପାତ୍ର ପାରାଦ୍ୱୀପ ବନ୍ଦର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଓ ଦର୍ଶନକୁ ଭୂୟସୀ ପ୍ରଶଂସା କରିଥିଲେ । ଭାରତର ପ୍ରମୁଖ ବନ୍ଦର ମଧ୍ୟରେ ପଣ୍ୟ କାରବାରରେ ପାରାଦ୍ୱୀପ ବନ୍ଦର ୧୦୦ ମିଲିୟନ କ୍ଳବରେ ସାମିଲ ହୋଇଥିବାର ବନ୍ଦର ଅଧ୍ୟକ୍ଷ ଶ୍ରୀ ରଏ ଓ ଅଧିକାରୀ ମାନଙ୍କୁ ସେ ଶ୍ରେୟ ଦେଇଥିଲେ । ବନ୍ଦର ଦ୍ୱାରା ମହାନଦୀ ଉପରେ ଆଗାମୀ ନଦୀ ଭିତ୍ତିକ ବନ୍ଦର ବିଷୟରେ ଉଲ୍ଲେଖ କରି ଶ୍ରୀ ପାତ୍ର ଓଡିଶାବାସୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଶା କରିଥିଲେ । ସୂଚନା ଥାଉକି ୧୯୬୨ ମସିହାରେ ବନ୍ଦର ଭିତ୍ତିପ୍ରସ୍ଥର ସ୍ଥାପନ ବେଳେ ୧୪୦ ଜଣ ବିଧାୟକ ପାରାଦ୍ୱୀପ ଆସିଥିଲେ । ଏହାର ୫୮ ବର୍ଷ ପରେ ଚଳିତ ଡିସେମ୍ବର ୨୨ ତାରିଖରେ ଓଡିଶା ବିଧାନସଭା ର ୧୦୧ ବିଧାୟକ ଓ ଜଣେ ସାଂସଦ ପୁର୍ନବାର ପାରାଦ୍ୱୀପ ବନ୍ଦରରେ ସମବେତ ହୋଇଥିଲେ ।

Leave A Reply

Your email address will not be published.