ଯାଞ୍ଚ ସମୟରେ କାର୍‌ରୁ ବାହାରିଲା ୬୦୦ ଗ୍ରାମ ସୁନା : କାର୍‌ ଜବତ, ଦୁଇ ଅଟକ

ବାଲେଶ୍ୱର : ନିର୍ବାଚନ ପାଇଁ ଚାଲିଥିଲା ଯାଞ୍ଚ ହେଲେ କାର୍‌ରୁ ବାହାରିଲା ସୁନା । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ମିତ୍ରପୁର ଅଞ୍ଚଳରେ ଘଟିଛି । ନିର୍ବାଚନ ପାଇଁ ପୋଲିସ ସହ ଏସ୍‌ଏସ୍‌ଟି ଅଧିକାରୀ ମାନେ ଯାଞ୍ଚ ସମୟରେ ଏକ ସ୍ଵିଫ୍ଟ ଡିଜାଇର କାର୍‌ରୁ ୬୦୦ ଗ୍ରାମ ସୁନା ବାହାରିଥିଲା । ଏହାର କାଗଜପତ୍ର ମାଗିବା ବେଳେ ଦେଖାଇ ନପାରିବାରୁ ପୋଲିସ ଗାଡି ଜବତ କରି ଦୁଇଜଣଙ୍କୁ ଅଟକ ରଖି ପୋଲିସ ଖୋଳତାଡ଼ କରୁଥିବା ଜଣାପଡିଛି ।

Leave A Reply

Your email address will not be published.