ପୂଣ୍ୟତୀର୍ଥ ହରିଶଙ୍କର ପୀଠରେ ମଦ ପିଇବାକୁ ବାରଣ କରିବାରୁ ଗଣ୍ଡଗୋଳ : ୧୦ ଥାନାରେ ଅଟକ

  • ପୋଲିସ ମୁତୟନ କରିବାକୁ ପର୍ଯ୍ୟଟକ ମାନଙ୍କ ସହ ସର୍ବ ସାଧାରଣରେ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପୂଣ୍ୟତୀର୍ଥ ହରିଶଙ୍କର ପୀଠରେ ମଦ ପିଇବାକୁ ବାରଣ କରିବାରୁ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନରେ କିଛି ଯୁବକ ଝରଣା କୂଳରେ ମଦ ପିଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକ ଝରଣା କୂଳରେ ମଦ ପିଇବାକୁ ବାରଣ କରିଥିଲେ । ଏଥିରେ ଯୁବକମାନେ ଉତ୍‌କ୍ଷିପ୍ତ ହୋଇ ବଚସା ହେବାସହ ଶେଷରେ ଉଭୟଙ୍କ ମଧ୍ୟରେ ଲାଠି ମାଡ଼ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ମାର ପିଟ୍ ହୋଇଥିବା ବେଳେ ଖପ୍ରାଖୋଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଗଣ୍ଡଗୋଳ ଅଟକାଇ ଥିଲେ । ଗୁରୁତର ଦୁଇଜଣଙ୍କୁ ଉଦ୍ଧାର କରି ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ଓ ପରେ ବଲାଙ୍ଗିର ଡାକ୍ତର ଖାନା ପଠାଯାଇଥିବା ଜଣା ଯାଇଛି । ଏହି ଘଟଣାରେ ଉଭୟ ପକ୍ଷର ୧୦ ଜଣଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ହରିଶଙ୍କର ଝରଣା କୂଳରେ ଅନେକ ଅସାମାଜିକ ଯୁବକମାନେ ଖୁଲୁମ୍ ଖୁଲାମଦ ପିଉଥିବା ବେଳେ ସ୍ଥାନୀୟ ପୋଲିସର ନିଷ୍କ୍ରିୟତା ଯୋଗୁ ଅନେକ ସମୟରେ ଛୋଟ ବଡ଼ ଘଟଣା ଘଟୁଥିଲେ ହେ ପୋଲିସ ଚୁପ ରହୁ ଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି ।
ଖପ୍ରାଖୋଲ ପୋଲିସ ଗତ ୫ ତାରିଖ ସନ୍ଧ୍ୟାରେ କିଛି ମଦ୍ୟପଙ୍କୁ ଥାନାରେ ଅଟକ ରଖି ଏକ ହଜାର ଟଙ୍କା ଲେଖାଏଁ ଜରିମାନା କରି ଛାଡିଥିବା ଜଣାଯାଇଛି । ଝରଣା କୂଳରେ ଅସାମାଜିକ ମାନଙ୍କ ଦ୍ୱୋରତ୍ମ୍ୟ ବନ୍ଦ କରିବାକୁ ଦାବୀ ହେଉଛି । ଏଠାରେ ପ୍ରଶ୍ନ ଉଠେ ଯେ ଖପ୍ରାଖୋଲ ପୋଲିସର ଅଣଦେଖା ଯୋଗୁ ପବିତ୍ର ହରିଶଙ୍କର ପୀଠରେ ବିଭିନ୍ନ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ହରିଶଙ୍କରକୁ ଆସୁଥିବା ବିଶେଷ କରି ମହିଳା ପର୍ଯ୍ୟଟକମାନେ ସୁରକ୍ଷିତ ମଣୁନାହାନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ହରିଶଙ୍କର ଝରଣା କୂଳରେ ପୋଲିସ ମୁତୟନ କରିବାକୁ ପର୍ଯ୍ୟଟକମାନଙ୍କ ସହ ସର୍ବ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.