oom

ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କ ଦିନିକିଆ ବଲାଙ୍ଗିର ଗସ୍ତ : ସମଲେଶ୍ୱରୀ, ପାଟଣେଶ୍ୱରୀ ମନ୍ଦିର ଓ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳି ପରିଦର୍ଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟସରକାରଙ୍କ ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ଅବକାରୀ ବିଭାଗର ମନ୍ତ୍ରୀ ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ଆସି ବିଭିନ୍ନ ମନ୍ଦିର ଓ ପର୍ଯ୍ୟଟନସ୍ଥଳି ପରିଦର୍ଶନ କରିବା ସହିତ ବାନ୍ଧନଘୋରଠାରେ ଆୟୋଜିତ ସୁକତେଲ ମହୋତ୍ସବରେ ଯୋଗଦେଇଥିଲେ । ମନ୍ତ୍ରୀ ଟ୍ରେନରେ ବଲାଙ୍ଗିରକୁ ଶନିବାର ସକାଳୁ ପହଞ୍ଚି ସର୍କିଟହାଉସ୍‌ଠାରେ ରହିଥିଲେ । ଦିନ ୧୦ଟାରେ ସମଲେଶ୍ୱରୀ ମନ୍ଦିର ଓ ପାଟଣେଶ୍ୱରୀ ମନ୍ଦିରକୁ ଯାଇ ଦେବୀମାନଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଏହି ପୀଠମାନଙ୍କର ବିକାଶ ପାଇଁ ଆସିଥିବା ଅନୁଦାନ ବିଷୟରେ ତଦାରଖ କରିଥିଲେ । ମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟଟନଅଧିକାରୀ ଆର୍‌ କେ ଦଳାଇ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀରଂଜନ ମିଶ୍ର, ଜିଲ୍ଲା ଅବକାରୀ ଅଧିକ୍ଷକ ସିତାକାନ୍ତ ମୁଦୁଲୀ ପ୍ରମୁଖ ସହଯୋଗ କରିଥିଲେ । ଏହାପରେ ଶୈଳଶ୍ରୀ ପ୍ୟାଲେସ୍‌କୁ ଯାଇ ସେଠାରେ ବିଜେଡିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଯୁବନେତା ଅର୍କେଶନାରାୟଣ ସିଂଦେଓଙ୍କ ସହ କାର୍ଯ୍ୟକର୍ତ୍ତା ଓ କର୍ମ୍‌ଙ୍କୁ ଉଦ୍‌ବୋଧନ ଦେଇଥିଲେ । ସେଠାରୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଆର୍‌ କେ ଦଳାଇଙ୍କୁ ସାଙ୍ଗରେ ନେଇ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିର ପରଦର୍ଶନ କରିଥିଲେ । ଭୀମଡୁଙ୍ଗୁରୀରେ ବନବିଭାଗର ବଲାଙ୍ଗିର ରେଞ୍ଜର ନବୀନ ପଣ୍ଡା, ଡେପୁଟୀ ରେଞ୍ଜର କେଶବ କିଶୋର ନାୟକ, ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର, ସଂପାଦକ ଗୋବର୍ଦ୍ଧନ ସାହୁ, ମକୁନ୍ଦପୁର ସରପଞ୍ଚ ଜାନକି ସାହୁ, ଉପରଝର ସରପଞ୍ଚ ଯଶୋବନ୍ତି ନାଏକ ପ୍ରମୁଖ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ସେଠାରେ ମନ୍ତ୍ରୀ ଭୀମଡୁଙ୍ଗୁରୀରେ ପୂର୍ବରୁ ହୋଇଥିବା ଉନ୍ନୟନମୂଳକ କାମ ବିଷୟରେ ପଚାରି ବୁଝିଥିଲେ । ଓଟିଡିସି ତରଫରୁ ହୋଇଥିବା କାମ ତଦାରଖ କରିବା ସହିତ ଚଳିତ ଥର ଏହି ପର୍ଯ୍ୟଟନସ୍ଥଳିର ବିକାଶ ପାଇଁ ଆସିଥିବା ୭କୋଟି ଟଙ୍କାର କିଭଳି ଠିକ୍‌ରେ କାମ ହୋଇପାରିବ ସେନେଇ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ବିଜେଡିର ଯୁବନେତା ଅର୍କେଶନାରାୟଣ ସିଂଦେଓ, ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର, ବିଜେଡିର ଦେଓଗାଁ ବ୍ଲକ ଅଧ୍ୟକ୍ଷ ସୁଶୀଳ ଚାନ୍ଦ, ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାର ଓ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାଙ୍କ ସାଙ୍ଗରେ ଆଲୋଚନା କରିଥିଲେ । ମିଶନଶକ୍ତି ଦ୍ୱାରା ପରିଚାଳିତ କେଫେ, ଶିଶୁ ଉଦ୍ୟାନ ଓ ବନବିଭାଗ ଦ୍ୱାରା ପରିଚାଳିତ ଭୀମମକଟାର ବୋଟିଂ ବ୍ୟବସ୍ଥା ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ । ମୁଖ୍ୟତଃ ଭୀମକଟାର ଉନ୍ନତିକରଣ ପାଇଁ ଆସିଥିବା ୨କୋଟି୨୨ ଲକ୍ଷ ଟଙ୍କା କିପରି ଠିକ୍‌ରେ କାମ ହୋଇପାରିବ ତାକୁ ସ୍ଥାନୀୟ ଲୋକେ ନଜର ରଖିବାକୁ ମନ୍ତ୍ରୀ କହିଥିଲେ । ଅପରାହ୍ନ ୩ଟାରେ ମନ୍ତ୍ରୀ ବଲାଙ୍ଗିର ସଦରବ୍ଲକର ବାନ୍ଧନଘୋର ଗାଁରେ ଆୟୋଜିତ ସୁକତେଲ ମହୋତ୍ସବରେ ଯୋଗଦେଇଥିଲେ । ବାନ୍ଧନଘୋର ଗାଁରେ ମହିଳା କିର୍ତ୍ତନ ସହ ଅନ୍ୟାନ୍ୟ ସାଂସ୍କୃତିକ ଦଳ ମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

jittmm
Leave A Reply

Your email address will not be published.