ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍ ପ୍ରାୟ ୧୫ରୁ ୧୭ଦିନ ହେଲା ଅଚଳ ହୋଇ ପଡ଼ିରହିଛି । ଏହି ଏଟିଏମ୍ରେ ପ୍ରାୟ ୨୦୧୩ ମସିହାରୁ ଲାଗିଥିବା ମେସିନ ଆଜି ପର୍ଯ୍ୟନ୍ତ ୧୨ ବର୍ଷ ହେଲା ଲାଗିଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଜଣାପଡିଛି । ଏହି ଏଟିଏମ୍ ମେସିନ ପୁରୁଣା ହୋଇ ଯାଇଥିବାରୁ ମଝିରେ ମଝିରେ ବହୁ ଥର ଏଭଳି ଅଚଳାବସ୍ଥାରେ ପଡୁଥିବାରୁ ଏଠାରେ ନୂତନ ଏଟିଏମ୍ ମେସିନ ଲଗାଇବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ପ୍ରକାଶ ଯେ, ଜରାସିଂହା ଗାଁର ଏହି ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଉପରେ ନିକଟସ୍ଥ ଆଖପାଖ ୬ରୁ ୮ଟି ଗାଁର ଲୋକେ ନିର୍ଭର କରିଥାନ୍ତି । ଏହାସହ ଜରାସିଂହ ଆଖପାଖ ଗାଁର ଲୋକେ ଜରାସିଂହାକୁ ମଧ୍ୟ ବିଭିନ୍ନ ପ୍ରକାରର ବ୍ୟବସାୟିକ କାର୍ଯ୍ୟ ପାଇଁ ଆସୁଛନ୍ତି । ହେଲେ ଏହି ଏଟିଏମ୍ ଅଚଳ ଭାବେ ପଡ଼ିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଦେଓଗାଁ ଏବଂ ତୁଷୁରାକୁ ପଇସା ଉଠାଣ ପାଇଁ ଯିବାକୁ ପଡ଼ୁଥିବା ଦେଖିବାକୁ ମିଳୁଛି । ଯାତ୍ରା ଶୀଘ୍ର ଏଟିଏମ୍ କାର୍ଯ୍ୟକାରୀ କରିବାକୁ ଦାବି ହେଉଛି ।
Prev Post
Next Post